fbpx

ଚାଉଳ ବଣ୍ଟନରେ ଅନିୟମିତତା: ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ସଦର ବ୍ଳକ ଡିମ୍ବୋ ପୟତରେ ଶତାଧିକ ହିତାଧିକାରୀ ନିତ୍ୟ ବ୍ୟବହାର୍ୟ୍ୟ ପିଡିଏସ୍ ଚାଉଳ ପାଇନଥିବାରୁ ଏହି ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧକାରୀଙ୍କୁ ଶୁକ୍ରବାର ଅପରାହ୍ନରେ ଦୀର୍ଘ ସମୟ ଧରି ଅଟକ ରଖି ଟାଉନ ଥାନାକୁ ଖବର ଦେଇଥିଲେ । ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ସରପଞ୍ଚ ଓ ପିଇଓଙ୍କୁ ଉଦ୍ଧାର କରିବା ସହ ସଦର ବ୍ଳକରୁ ଏକ ଟିମ୍ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ , ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଡିମୋ ପଞ୍ଚାୟତର ସଭାଗୃହଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତର ବିଭିନ୍ନ କାର୍ୟ୍ୟ ଓ ପିଡିଏସ୍ ଚାଉଳ ବଣ୍ଟନ ସଂପର୍କରେ ଆଲୋଚନା ହୋଇଥିଲା ।

ଅନେକ ହିତାଧିକାରୀ ଚାଉଳ ପାଇନଥିବାର ଅଭିଯୋଗ କରିଥିଲେ । ଏହାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷେତ୍ରବାସୀ ଜେନା ସେମାନଙ୍କୁ ଚାଉଳ ଦେବା ପାଇଁ କହିଥିଲେ ମଧ୍ୟ କେବେ ଚାଉଳ ଦିଆଯିବ ତାହା ନକହି ପଳାଇଥିଲେ । ସରପଞ୍ଚ ଅଖିଳ କୁମାର ନାୟକ ଓ ନିର୍ବାହୀ ଅଧିକାରୀ କ୍ଷେତ୍ରବାସୀ ଜେନା ମିଟିଙ୍ଗ ନ ସାରି ଖାଇବାକୁ ପଳାଇଥିବା ସମୟରେ ତୁରନ୍ତ ପିଡିଏସ୍ ସାମଗ୍ରୀ ହିତାଧୁକାରୀଙ୍କୁ ପ୍ରଦାନ ନେଇ ଦୀର୍ଘ ସମୟ ଧରି ତାଲା ପକାଇ ରଖିଥିଲେ । ଟାଉନ ପୋଲିସ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳକୁ ଯାଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.