fbpx

ପିଡିଏସ୍ ଚାଉଳ ଓ ଗହମ ଜବତ: ୨ ଗିରଫ

ଭଞ୍ଜନଗର, ୧୧ା୧୨ (ଓଡିଶା ଭାସ୍କର): ଭଞ୍ଜନଗରରୁ ପିଡିଏସ୍ ଚାଉଳ ଓ ଗହମ ଜବତ ହୋଇଛି । ପୋଲିସ ପକ୍ଷରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ଭଞ୍ଜନଗର ଗାୟଗଣ୍ଡାରୁ ପିଡିଏସ ଚାଉଳ ଓ ଗହମ ପୋଲିସ ଜବତ କରିଛି । ପୋଲିସ ଏନେଇ ୨ ଜଣଙ୍କୁ ଗିରଫ କରିଛି । ତେବେ ୨୦ କୁଇଣ୍ଟାଲ ଚାଉଳ ଓ ୨ କୁଇଣ୍ଟାଲ ଗହମ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.