fbpx

(Video) ବାଃ ବାଃ ରେ ମଣିଷ ! ଗୁରୁତର ଡ୍ରାଇଭରଙ୍କୁ ଛାଡ଼ି ଗାଡିରୁ ବତକ ବୋହି ନେଲେ ପଥଚାରୀ…

ନବରଙ୍ଗପୁର: ଆରେ ଆରେ ଆରେ… ଏଠି ଏ କ’ଣ ହେଉଛି । ଏ କ’ଣ ଏଠୁ ଖାଲି ଏ ଜୀଅନ୍ତା ବତକଗୁଡ଼ାଙ୍କୁ ବୋହି ନେଇଯାଉଛନ୍ତି ଲୋକେ । କ’ଣ ହେଉଛି କି? ଆଉ ଏ ଗାଡ଼ି ଏଠି କେମିତି ଓଲଟିପଡ଼ିଛି? କିଛି ବୁଝିପାରିଲେ ତ’ ଦର୍ଶକ ବନ୍ଧୁ… ପ୍ରକୃତରେ ଏ ବତକ ବୋଝେଇ ଗାଡ଼ିଟି ଏଠି ଓଲଟି ପଡ଼ିଛି । ଆଉ ଏ ହେଉଛି ତା’ପରର ଦୃଶ୍ୟ । ଗାଡ଼ି ସିନା ଓଲଟି ପଡ଼ିଲା । କିନ୍ତୁ ବିଲେଇ ମୁଣ୍ଡରେ ଶିକା ଛିଡ଼ିବା ପରି ଏଠି ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି  ବତକ । ସେଥିପାଇଁ ତ ବତକ ମାଂସ ଖାଇବା ପାଇଁ ଲୋକମାନେ ନିଜ କାମରେ ଲାଗିଛନ୍ତି । ଆଉ ଏହି ସୁଯୋଗକୁ ଲୋକେ ହାତଛଡ଼ା କରିନାହାଁନ୍ତି । ଗୋଟାଏ ପରେ ଗୋଟାଏ ବୋହି ଚାଲିଛନ୍ତି ବତକ । କିନ୍ତୁ ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭର ଆଉ ହେଲ୍ପରଙ୍କ ସାହାଯ୍ୟ ଆଉ କରିବେ କ’ଣ । ଏ’ତ ନିଜ କାମରେ ଲାଗିଛନ୍ତି ।

ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳାର । ଶୁକ୍ରବାର ଏଠାରେ ଏକ ବତକ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା । ଏହି ବତକ ବୋଝେଇ ୪୦୭ ଗାଡିର ବାଲାନ୍ସ ରଡ ଭାଙ୍ଗି ଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡି ଓଲଟି ପଡିବା ପରେ ଦୁଇ ଜଣ ଗୁରୁତର ହୋଇଯାଇଥିଲେ । ଗୁରୁତର ଡ୍ରାଇଭର ଏମଡି ରହିମଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ହେଲ୍ପର୍ ଶ୍ରୀନୁଙ୍କ ବାମ ହାତରେ ଆଘାତ ଲାଗିଛି  । ସୂଚନା ଅନୂଯାୟୀ ଆନ୍ଧ୍ରପ୍ରଦେଶରୁ ଏକ ବତକ ବୋଝେଇ ଟ୍ରକ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ଗାଡ଼ିର କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ଓଲଟି ଯାଇଥିଲା  ।

କିନ୍ତୁ ରାସ୍ତାରେ ଯାଉଥିବା ପଥଚାରୀମାନେ ଆହତ ଡ୍ରାଇଭର ଓ ହେଲ୍ପରଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ବତକ ଗୁଡ଼ିକୁ ବୋହି ନେଲେ । ଯାହାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସ୍ଥାନୀୟ ଲୋକ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ  । ଖବର ପାଇ ମଇଦଲପୁର ପୋଲିସ ପହଞ୍ଚି ଗାଡିକୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ତଦନ୍ତ ଚଳାଇଥିଲେ  । ଆହତ ବ୍ୟକ୍ତିମାନେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.