fbpx
BJD SKY
BJD SKY

Oh My God! ପାନ୍ କାର୍ଡ ଥିଲେ ୧୦୦୦ ଟଙ୍କାର ଲାଗିବ ଜରିମାନା: ସରକାର ଲଗାଇବେ ଫାଇନ୍

BJD

ନୂଆଦିଲ୍ଲୀ: ଟଙ୍କା ନେଣଦେଣ ପାଇଁ ପାନ୍ କାର୍ଡର ଆବଶ୍ୟକତା ନିହାତି ପଡିଥାଏ । ଦେଶରେ ପାନ୍ କାର୍ଡରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ବିଶେଷ ନମ୍ବର ଦିଆଯାଏ, ଯାହା ସାହାଯ୍ୟରେ ଲୋକମାନେ ବଡ ଆର୍ଥିକ ନେଣଦେଣ କରିପାରିବେ । କିନ୍ତୁ ବର୍ତ୍ତମାନ ପାନ୍ କାର୍ଡକୁ ନେଇ ଏକ ବଡ ଖବର ଜାଣିବାକୁ ମିଳିଛି । ତେବେ ଏହି ନିୟମକୁ ପାଳନ ନ କଲେ, ଆପଣଙ୍କୁ ୧୦୦୦ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡିପାରେ ।

ସରକାରଙ୍କ ନୂଆ ନିୟମ ଅନୁସାରେ, ଦେଶର ପ୍ରତ୍ୟେକ ନାଗରିକ ନିଜର ପାନ୍ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ପାନ୍ କାର୍ଡ ସହ ଆଧାର ଲିଙ୍କ ହୋଇ ନଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାନ୍ କାର୍ଡ ରଦ୍ଦ କରି ଦିଆଯାଇପାରେ । ଯାହା ଫଳରେ ଆପଣ ଆର୍ଥିକ ନେଣଦେଣ କରିବା ପାଇଁ ଅସମର୍ଥ ହୋଇ ପାରନ୍ତି । ଏହି ଦୁଇ କାର୍ଡକୁ ଲିଙ୍କ କରିବାର ସମୟସୀମା ଅତିକ୍ରମ କରିସାରିଥିବା ବେଳେ ବର୍ତ୍ତମାନ ଏହାକୁ ଲିଙ୍କ କରିବା ପାଇଁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡିବ ।

ବର୍ତ୍ତମାନ ପାନ୍ କାର୍ଡ ସହ ଆଧାରକୁ ଲିଙ୍କ କରିବା ପାଇଁ ଚାହୁଁଥିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦୦ ଟଙ୍କାର ଜରିମାନା ଲାଗୁ କରାଯିବ । ଏନଏସଡିଏଲ ପୋର୍ଟାଲରେ ଫାଇନ୍ ଭରିବା ପାଇଁ ଚାଲାଣ ସଂଖ୍ୟା ଆଇଟିଏନଏସ ୨୮୦ର ଉପଯୋଗ କରି ଏହାକୁ ସମ୍ପାଦନ କରିପାରିବେ । ସେହିପରି ଆୟକର ବିଭାଗ ପକ୍ଷରୁ କିଛି ଦିନ ତଳେ ପାନ୍ କାର୍ଡ ସହ ଲିଙ୍କ କରିବାର ସମୟସୀମା ବୃଦ୍ଧି କରାଯାଇଥିଲା । ତେବେ ପାନ୍-ଆଧାର ଲିଙ୍କ କରି ନଥିବା କରଦାତାମାନଙ୍କୁ ପାନ୍ କାର୍ଡ ରଦ୍ଦ ନ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । କିନ୍ତୁ ୩୦ ଜୁନ୍ ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.