fbpx

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା: ଗ୍ଲୋବାଲ ମହାମାରୀ ତାଲିକାରୁ ହଟିଲା କରୋନା

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ତା’ର ମାୟାଜାଲରେ କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ସବଭାରିଆଣ୍ଟ ସୃଷ୍ଟି ହେବା ସହ ତାହା ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ାଇବାରେ ଲାଗିଛି । ତେବେ ଚଳିତ ବର୍ଷ ଅଚାନକ କରୋନାର ଲେଉଟାଣି ଦେଖିବାକୁ ମିଳିଥିଲା । ଚୀନରେ ପ୍ରଥମେ ସଂକ୍ରମଣ ବଢ଼ିବା ପରେ ବିଶ୍ୱର ବିଭିନ୍ନ ଦେଶକୁ ତାହା କାୟା ବିସ୍ତାର କରିଥିଲା ।

ତେବେ ଏହା ମଧ୍ୟରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ନୁହେଁ । ଗ୍ଲୋବାଲ ମହାମାରୀ ତାଲିକାରୁ କରୋନାକୁ ହଟାଇ ଦିଆଯାଇଛି । କୋଭିଡ-୧୯ ଏବେ ଆଉ ପବ୍ଲିକ ଗ୍ଲୋବାଲ ହେଲଥ ଏମରଜେନ୍ସି ଭାବେ ରହିବ ନାହିଁ ବୋଲି ହୁ ପକ୍ଷରୁ କୁହାଯାଇଛି । ତେବେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଘୋଷଣା ବିଶ୍ୱବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ।

ହୁ’ର ଜରୁରୀକାଳୀନ କମିଟିର ୧୫ତମ ବୈଠକରେ କରୋନାକୁ ନେଇ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କୋଭିଡ-୧୯କୁ ବିଶ୍ୱ ହେଲଥ ଏମରଜେନ୍ସି ତାଲିକାରୁ ବାହାର କରିବା ପାଇଁ ସୁପାରିଶ କରାଯାଇଥିଲା । ଗତ ୨୦୨୦ ମସିହା ଜାନୁଆରୀ ୩୦ ତାରିଖରେ କୋଭିଡକୁ ବିଶ୍ୱ ମହାମାରୀ ଭାବେ ଘୋଷିତ କରାଯାଇଥିଲା । କରୋନା ଏବେ ବି ବିଶ୍ୱ ପାଇଁ ଏକ ହେଲଥ ଚ୍ୟାଲେଞ୍ଜ ହୋଇ ରହିଛି । କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷିତ କରାଯିବା ସମୟରେ ଚୀନରେ ୧୦୦ରେ ମାମଲା ରହିଥିବା ବେଳେ କାହାର ମୃତ୍ୟୁ ହୋଇନଥିଲା । ମାତ୍ର ତିନି ବର୍ଷ ପରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୦ ଲକ୍ଷରେ ପହଞ୍ଚିବା ସହିତ ପାଖାପାଖି ୨ କୋଟି ଲୋକଙ୍କ ଜୀବନ ଚାଲିଯାଇଥିଲା ।

Get real time updates directly on you device, subscribe now.