fbpx

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା; ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରିବେ ଏତିକି ଖର୍ଚ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପାଇଁ ବଢ଼ିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଏଣିକି ଜିଲ୍ଲାପରିଷଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୫ ଲକ୍ଷ । ସରପଞ୍ଚ ପ୍ରାର୍ଥୀ କରିପାରିବେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ସେହିଭଳି ସମିତି ସଭ୍ୟ ପାଇଁ ମଧ୍ୟ ଖର୍ଚ୍ଚ ସୀମା ୨ ଲକ୍ଷ ରହିଛି । ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ସମୟ ମଧ୍ୟ ବଦଳିଲା । ସକାଳ ୭ର ଦିନ ଗୋଟାଏ ଯାଏଁ ହେବ ମତଦାନ । ଏନେଇ ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିକରାଯାଇଛି ।

ଏହା ସହ ପଞ୍ଚାୟତ ନିର୍ବାଚନରେ ଗାଡ଼ି ବ୍ୟବହାରକୁ ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରିକରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପ୍ରଚାର ପାଇଁ ୫ଟି ଜିପ୍ କିମ୍ବା କାର ଓ ୧୦ ବାଇକ୍ ବ୍ୟବହାର କରିପାରିବେ । ସମିତି ସଭ୍ୟ ପ୍ରାର୍ଥୀ ୨ଟି ଜିପ୍ କିମ୍ବା କାର ଏବଂ ୫ ବାଇକ ବ୍ୟବହାର କରିପାରିବେ । ସେହିଭଳି ସରପଞ୍ଚ ୨ଟି କାର୍ କିମ୍ବା ଜିପ୍ ଓ ୫ଟି ବାଇକ୍ ବ୍ୟବହାର କରିପାରିବେ ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୬ ତାରିଖରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକ ହୋଇଥିଲା । ବୈଠକରେ ମଧ୍ୟ ଖର୍ଚ୍ଚ ସୀମାକୁ ବଢ଼ାଇବାକୁ ଦାବି ହୋଇଥିଲା ।

Get real time updates directly on you device, subscribe now.