fbpx
BSKY
BJD MC SKY
BJD YOUTH SKY

କର୍ଣ୍ଣଲଙ୍କ ମୃତ୍ୟୁର ପ୍ରତିଶୋଧ: ୩ ଉଗ୍ରବାଦୀଙ୍କୁ ନିପାତ କଲା ଆସାମ ରାଇଫଲ୍ସ

ନୂଆଦିଲ୍ଳୀ: କର୍ଣ୍ଣଲଙ୍କ ମୃତ୍ୟୁର ଦୁଇ ଦିନ ମଧ୍ୟରେ ଏହାର ପ୍ରତିଶୋଧ ନେଇଛି ଆସାମ ରାଇଫଲ୍ସ । ସ୍ତ୍ରୀ, ପୁଅ ଓ ୪ ଜଣ ଯବାନଙ୍କ ସହିତ ଯାଉଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ଆସାମ ରାଇଫଲ୍ସର କର୍ଣ୍ଣଲ । ଶନିବାର ଦିନ ଏହି ଘଟଣା ଘଟିଥିବା ବେଳେ ସୋମବାର ଏହାର ପ୍ରତିଶୋଧ ନେଇଛି ଆସାମ ରାଇଫଲ୍ସ ।

ସୋମବାର ଅରୁଣାଚଳ ପ୍ରଦେଶରେ ପ୍ରତିଶୋଧ ନେବା ସହିତ ୩ ଜଣ ଆତଙ୍କୀଙ୍କୁ ନିପାତ କରିଛି ଆସାମ ରାଇଫଲ୍ସ । ସୋମବାର ସକାଳ ୮.୩୦ରୁ ସର୍ଚ୍ଚ ଅପରେସନ ଲଞ୍ଚ କରାଯଶଇଥିଲା । ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲିମ୍ର ତିନି ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ ସେନା । ଉଲ୍ଲେଖଯୋଗ୍ୟ ଯେ, ଶନିବାର ନିଜର ସ୍ତ୍ରୀ ଓ ୮ ବର୍ଷର ପୁଅ ସହିତ ଯାଉଥିବା ବେଳେ ଉଗ୍ରବାଦୀ ମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କଲୋନେଲ ବିପ୍ଲବ ତ୍ରିପାଠୀ ଶହୀଦ ହୋଇଥିଲେ ।

Get real time updates directly on you device, subscribe now.