fbpx
BSKY
BJD MC SKY
BJD MS SKY

ସମସ୍ତଙ୍କ ପାଇଁ ଆସିଲା ପେନସନ ଯୋଜନା; ଏନପିଏସ ଅଧିନରେ ଉପକୃତ ହେଲେ ୧୬୫ ଲକ୍ଷ ଉପଭୋକ୍ତା

ଭୂବନେଶ୍ୱର: ଜାତୀୟ ପେନସନ ପ୍ରଣାଳୀ ଏନପିଏସରେ ୧୬୫ ଲକ୍ଷରୁ ଅଧିକ ଉପଭୋକ୍ତା ନିଜ ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି । ସେହିପରି ଆର୍ଥିକ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତକୁ ସ୍ଥିର କରିପାରିଛନ୍ତି । ତେବେ ୧୮-୭୦ ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଯୋଜନା ହୋଇଛି । ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ ସହିତ ଟିକସ ଲାଭ ହୋଇପାରିବ ।

ସେହିପରି ଅନ୍ୟଏକ ପେନସନ ଯୋଜନା ହେଉଛି ଅଟଳ ପେନସନ ଯୋଜନା । ଏହି ଯୋଜନା ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସଞ୍ଚୟର ଅଭ୍ୟାସକୁ ଉତ୍ସାହିତ କରୁଛି । ତେବେ ୩୦.୧୧. ୨୦୨୨ ସୁଦ୍ଧା ୪୮୦.୯୮ ଲକ୍ଷ ଉପଭୋକ୍ତା ନିଜର ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏଥିରେ ପଞ୍ଜିକରଣ କରିଛନ୍ତି । ମୋଟ ପଞ୍ଜିକୃତ ହିତାଧିକାରୀଙ୍କ ମଧ୍ୟରେ ୪୫% ମହିଳା ରହିଛନ୍ତି ।

ତେବେ ଏହି ପେନସନ ଯୋଜନା ମଧ୍ୟରେ ପିଏମଭିଭିୱାଇ ଏକ ପେନସନ ଯୋଜନା ରହିଛି ଯାହାକି ବରିଷ୍ଠ ନାଗରିକମାନଙ୍କୁ ପ୍ରତିକୂଳ ବଜାର ପରିସ୍ଥିତି କାରଣରୁ ସୁଧ ଆୟରେ ସମ୍ଭାବ୍ୟ ହ୍ରାସ ବିରୋଧରେ ଆର୍ଥିକ ସୁରକ୍ଷା ଦେଇଥାଏ । ପିଏମଭିଭିୱାଇ ଅର୍ଥାତ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନାରେ ପଞ୍ଜିକରଣ କରିବାକୁ ହେଲେ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆବେଦନ ପାଇଁ ଖୋଲା ରହିଛି । ପେନସନ ପଇଠ ପ୍ରଣାଳୀ ତିନି ପ୍ରକାରର ରହିଛି ଯଥା: ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ ଏବଂ ବାର୍ଷିକ । ଏହି ପଲିସିର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଯୋଜନାରେ ଜିଏସଟିକୁ ଛାଡ଼ କରାଯାଇଛି । ସେହିପରି ଏହି ଯୋଜନାରେ ଅଫଲାଇନ ଏବଂ ଅନଲାଇନ ଏଲଆଇସି ଜରିଆରେ ଆବେଦନ କରିପାରିବେ ।

Get real time updates directly on you device, subscribe now.