fbpx
BJD
BJD SKY
BJD SKY

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ଼, ୨୫ା୧ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲାର ଭଟଲି  ବ୍ଲକର ପିଇଓ ଉମେଶ ସେଠ ପଡ଼ିଛନ୍ତି । ତେବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପିଇଓଙ୍କର ବରଗଡ଼ କେଶବ ନଗର ଓ ଆମ୍ବାଭୋନା ଲାଉନସରା ବାସଭବନରେ ଚଢ଼ାଉ କରାଯାଇଛି ।

ଏତଦବ୍ୟତୀତ ଉମେଶ କାର୍ଯ୍ୟ କରୁଥିବା ୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମକୁ ମିଳିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଭଟଲି ବ୍ଲକର ୨ଟି ପଞ୍ଚାୟତର ନିର୍ବାହୀ ଅଧିକାରୀ ରହିଛନ୍ତି ଉମେଶ ସେଠ । ବରଗଡ଼ ସହରରେ ଉମେଶଙ୍କର ୨ ମହଲା ବିଶିଷ୍ଟ କୋଠା, ୭ଟି ଜମି ଓ ୨ଟି ବାଇକ୍ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.