fbpx

ପୁଣି କୁହୁଡ଼ି ସାଜିଲା କାଳ: ଦୁର୍ଘଟଣାରେ ଜଣେ ମୃତ, ୮ ଆହତ

ଗଞ୍ଜାମ, ୨୫ା୧ (ଓଡିଶା ଭାସ୍କର): ପୁଣି କୁହୁଡ଼ି କାଳ ସାଜିଛି । କୁହୁଡ଼ିରେ ରାସ୍ତା ଦେଖା ନଯିବା ଫଳରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର କନିଆରି ନିକଟରେ ଏକ ଟ୍ରାକ୍ଟର ଓ ବାଇକ୍ ଧକ୍କା ହେବା ଫଳରେ ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ନାମ ବିଜୟ ନାୟକ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସେହିପରି ଯାଜପୁର ଜିଲ୍ଲାରେ ଅନ୍ୟ ଏକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଯାଜପୁର ବଡ଼ଚଣା ବ୍ଲକର ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ଛକରେ ଏକ ଦୁର୍ଘଟଣା ଘଟିଛି । କାର ଓ ଟ୍ରକ ଧକ୍କା ହେବା ଫଳରେ ୬ କାର ଯାତ୍ରୀ ଆହତ ହୋଇଛନ୍ତି । ୪ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯାତ୍ରୀମାନେ କୋଲକତାରୁ କଟକ ଯାଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.