fbpx

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ: ଏଥିରେ ଆପଣଙ୍କ ଜନ୍ମ ତାରିଖ ଅଛି କି ସାମିଲ

AAKASH

ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆମେ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିପାରିଥାଉ । ତେବେ ଏହି ଜ୍ୟୋତିଷ ଶାସ୍ତ୍ର ପରି ଏକ ଅଙ୍କ ଶାସ୍ତ୍ର ମଧ୍ୟ ରହିଛି । ଯାହାଦ୍ୱାରା ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି କଥା ଜଣା ପଡିଥାଏ । ଏହି ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । ତେବେ ଏହି ଅଙ୍କ ଶାସ୍ତ୍ରରେ ଏପରି କିଛି ଅଙ୍କ ବା ସଂଖ୍ୟା ଅଛି ଯାହା ବହୁତ ଭାଗ୍ୟଶାଳୀ ହୋଇଥାଏ । ସେହି ସଂଖ୍ୟା ବା ସେହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ତାଙ୍କ ଜୀବନରେ ଉନ୍ନତି କରିବା ସହ ସେମାନେ ଭଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ସଂଖ୍ୟା ବିଷୟରେ ।

ଶୁଭ ସଂଖ୍ୟା: ଅଙ୍କ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୭,୧୬ କିମ୍ବା ୨୫ ସଂଖ୍ୟା ବହୁତ ଶୁଭ ଓ ଭଗ୍ୟଶାଳୀ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଯେକୌଣସି ମାସର ଏହି ତାରାଖରେ ଜନ୍ମ ହୋଇଥାନ୍ତି ସେମାନଙ୍କୁ ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ମୂଳାଙ୍କ ୭ ହୋଇଥାଏ । ଏହି ବ୍ୟକ୍ତିମାନେ ନିଜ ହିସାବରେ ତାଙ୍କ ଜୀବନ ଅତିବାହିତ କରିଥାନ୍ତି । ଏତତ୍ ବ୍ୟତୀତ ସେମାନେ ତାଙ୍କ ଜୀବନରେ ଯାହା ଚାହାଁନ୍ତି ତାକୁ ହାସଲ କରିଥାନ୍ତି ।

କେତୁର ମୂଳାଙ୍କ ୭: ଜ୍ୟୋତିଷ ଶାସ୍ତ୍ରରେ ପାପି ଗ୍ରହ କୁହାଯାଉଥିବା କେତୁର ମୂଳାଙ୍କ ୭ ହୋଇଥାଏ । ଏହି କରାଣରୁ ୭ ମୂଳାଙ୍କ ବିଶିଷ୍ଟ ରାଶିର ବ୍ୟକ୍ତିମାନଙ୍କ ଉପରେ କେତୁର ପ୍ରଭାବ ରହିଥାଏ । ଯାହାଫଳରେ ସେମାନେ କେବେ କାହା ସାମ୍ନାରେ ମୁଣ୍ଡ ନୁଆଇଁ ନଥାନ୍ତି । ଏମାନେ ନିଜ ହିସାବରେ କାମ କରିବାକୁ ଓ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ୭ ମୂଳାଙ୍କ ଥିବା ରାଶିର ବ୍ୟକ୍ତିମାନେ ତାଙ୍କ ଜୀବନରେ କାହାର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ ।

ସୁଖ ସମୃଦ୍ଧି ପାଇଥାନ୍ତି ୭ ଅଙ୍କ ବିଶିଷ୍ଟ ରାଶିର ବ୍ୟକ୍ତି: ୭ ଅଙ୍କ ବିଶିଷ୍ଟ ରାଶିର ବ୍ୟକ୍ତିମାନେ ତାଙ୍କ ଜୀବନରେ ସୁଖ ସମୃଦ୍ଧି ସହିତ ମାନ ସମ୍ମାନ ମଧ୍ୟ ପାଇଥାନ୍ତି । ଏମାନେ ବହୁତ ସକ୍ରିୟ ହେବା ସହିତ ସମୟ ନଷ୍ଟ କରିବାକୁ ପସନ୍ଦ କରି ନଥାନ୍ତି । ଏଥିସହିତ ୭ ଅଙ୍କ ବିଶିଷ୍ଟ ରାଶିର ବ୍ୟକ୍ତିମାନଙ୍କର ଭାବନା ଶକ୍ତି ଭଲ ଓ ଅଧିକ ରହିଥାଏ । ଏାମନଙ୍କୁ ତାଙ୍କ ଜୀବନରେ  ସଫଳତା ମିଳିଥାଏ । ତେବେ ୭ ଅଙ୍କ ବିଶିଷ୍ଟ ରାଶିର ବ୍ୟକ୍ତିମାନଙ୍କର ଏକ ମାତ୍ର ମସମ୍ୟା ହେଉଛି ସେମାନେ ଅତି ସହଜରେ ଅନ୍ୟମାନଙ୍କୁ ବିଶ୍ୱାସ କରଥାନ୍ତି । ଯାହାଫଳରେ ତାଙ୍କୁ ଅନେକ ସମୟରେ ଧୋକା ମିଳିଥାଏ ।

Get real time updates directly on you device, subscribe now.