fbpx

ଭାରତ ଯୋଡ଼ ଯାତ୍ରାରେ ମୋଦି ମୋଦି ନାର ଦେଲେ ଲୋକେ, ଫ୍ଲାଇଙ୍ଗ କିସ୍ ଦେଲେ ରାହୁଲ ଗାନ୍ଧୀ

ରାଜସ୍ଥାନ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ମଧ୍ୟ ରାଜସ୍ଥାନରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରା ସହିତ ଜଡ଼ିତ ଅନେକ ଭିଡିଓ ଦୈନିକ ଆସୁଛି । ସେହିପରି ଆଜି ଏକ ଭିଡିଓ ସାମ୍ନାକୁ ଅସିଛି ଯେଉଁଥିରେ କିଛି ଲୋକେ ରାହୁଲଙ୍କ ଆଗରେ ମୋଦୀ ମୋଦୀ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଲୋକଙ୍କୁ ରାହୁଲ ଗାନ୍ଧୀ ଏପରି ପ୍ରତିକ୍ରିୟା ଦେଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ମଧ୍ୟପ୍ରଦେଶର ଆଗର ମାଲବା ଦେଇ ରାଲି ଯାଉଥିବା ସମୟରେ କିଛି ଲୋକେ ମୋଦୀ ମୋଦୀ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ରାହୁଲ ଗାଣଯଧୀ ଲୋକମାନଙ୍କ ଆଡ଼କୁ ଚାହିଁ ହାତ ହଲାଇବା ସହିତ ଜୋରରେ ମୋଦୀ ମୋଦୀ କହିବାକୁ ଇଶାରା ଦେଇଥିଲେ । ଏହା ପରେ ରାହୁଲ ସେମାନଙ୍କୁ ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଇଥିଲେ । ଭାଇରାଲ ହେଉଥିବା ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କ ସହିତ କମଲନାଥ ମଧ୍ୟ ପଛରେ ରହିଛନ୍ତି । ଏହା ସହିତ ଏହି ରାଲିରେ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଲାଗିଥିଲା ।

ଏହି ଯାତ୍ରା ରବିବାର ମଧ୍ୟପ୍ରଦେଶ ପାର କରି ରାଜସ୍ଥାନରେ ପ୍ରବେଶ କରିଛି । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ଭାରତ ଯୋଡ଼ ଯାତ୍ରା ସମଗ୍ର ବିଶ୍ୱର ଧ୍ୟାନ ଆକର୍ଶଣ କରୁଛି । ଏହି ଯାତ୍ରାରେ ସାମିଲ ହେଉଥିବା ଯୁବକ ଆଗାମୀ ଦିନରେ ପାର୍ଟୀ ପାଇଁ ପୁଞ୍ଜି ହୋଇପାରନ୍ତି ।

Get real time updates directly on you device, subscribe now.