fbpx

ଏହି ଗୁମ୍ଫାରେ ଶୋଇବା ପାଇଁ ବହୁ ଦୂରରୁ ଧାଇଁ ଆସନ୍ତି ଲୋକେ, କାରଣ ଜାଣିଲେ ଉଡିବ ହୋସ୍

ଗୁମ୍ଫା ହେଉଛି ପୃଥିବୀର ଭୂତଳ ଭାଗ, ଯାହା ଏତେ ବଡ ଯେ ସେଥିରେ କୌଣସି ବି ବ୍ୟକ୍ତି ପ୍ରବେଶ କରିପାରିବେ । ବହୁତ ଛୋଟ ଛୋଟ ଗୁମ୍ଫା ମଧ୍ୟ ରହିଛି, ଯେଉଁଥିରେ ଛୋଟ ପ୍ରାଣୀମାନେ ପ୍ରବେଶ କରି ରହିଥାନ୍ତି ।

ତେବେ ଲୋକମାନେ ସାଧାରଣତଃ ସେମାନଙ୍କ ରୋଗର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଦୁନିଆର ଏପରି ଏକ ଗୁମ୍ଫା ରହିଛି, ଯେଉଁଠାରେ ଶୋଇବାକୁ ଯାଇ ଲୋକମାନେ ସେମାନଙ୍କର ରୋଗ ଭଲ କରିଥାନ୍ତି । ଏହି ଗୁମ୍ଫାରେ ଶୋଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ଏହି ଗୁମ୍ଫା ଆଷ୍ଟ୍ରିୟାର ଗସ୍ତେନରେ ରହିଛି । କୁହାଯାଏ ଯେ, ଲୋକମାନେ ପ୍ରଥମେ ସୁନା ଖୋଜିବାକୁ ସେଠାକୁ ଯାଇଥିଲେ, କିନ୍ତୁ ପରେ ସେମାନେ ଜାଣିବାକୁ ପାଇଲେ ଯେ ସେହି ଗୁମ୍ଫାରେ ମିଳୁଥିବା ଗ୍ୟାସ ଦ୍ୱାରା ବଡରୁ ବଡ ରୋଗ ବି ଭଲ ହୋଇପାରେ । ତେବେ ଏହି ଗୁମ୍ଫାରେ ରେଡାନ୍ ଗ୍ୟାସ୍ ମିଳିଥାଏ, ଯାହା ସଂସ୍ପର୍ଶରେ ଆସିଲେ ବଡରୁ ବଡ ରୋଗ ଭଲ ହୋଇପାରେ ବୋଲି କୁହାଯାଉଛି । ରେଡାନ୍ ଗ୍ୟାସ ଏକ ରେଡିଓଆକ୍ଟିଭ୍ ଗ୍ୟାସ୍, ଯାହା ଗୁମ୍ଫାର ଗରମ ବାତାବରଣରେ ଅନେକ ରୋଗ ଉପରେ ଗଭୀର ପ୍ରଭାବ ପକାଇଥାଏ । ୟୁରୋପ ଓ ଅନ୍ୟ ଦେଶରୁ ଲୋକମାନେ ବି ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି ।

Get real time updates directly on you device, subscribe now.