ମୋବାଇଲ ନିଶାରେ ଭୁଲିଗଲେଣି କଣ୍ଢେଇ ନାଚ, ଏବେବି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସୁଶାନ୍ତ
କଣ୍ଢେଇ ନାଚ ଦେଖି ପୁରୁଣା ଦିନକୁ ଫେରି ପାଇଛୁ। ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି କଣ୍ଢେଇ ନାଚ । ସେଇ ପୁରୁଣା ଦିନର କାଠ କଣ୍ଢେଇଳୁ ନୂତନ ଢଙ୍ଗରେ ଆପଣାଇଛନ୍ତି ଢେଙ୍କାନାଳ ଭାପୁର ଅଞ୍ଚଳର ସୁଶାନ୍ତ ଧଳ ।
ଢ଼େଙ୍କାନାଳ: ଦିନ ଥିଲା ଗାଁରେ ପର୍ବ ପର୍ବାଣୀ ଓ ପୂଜା ବାର ତିଥିରେ କଣ୍ଢେଇ ନାଚ ପରିବେଶଣ ହେଉଥିଲା ।
ଦୂରଦୂରାନ୍ତରୁ ଲୋକମାନେ ଟିକେଟ୍ କାଟି କଣ୍ଢେଇ ନାଚ ଦେଖିବା ପାଇଁ ଆସୁଥିଲେ ଓ ଉପଭୋଗ କରୁଥିଲେ ।
କିନ୍ତୁ ଆଜିକାଲି ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି କଣ୍ଢେଇ ନାଚ । ଡିଜିଟାଲ ଯୁଗରେ ଲୋକମାନେ ଟିଭି ଓ ମୋବାଇଲରେ ବାୟା ହେଉଛନ୍ତି ।
କେତେ ଟଙ୍କାରେ ଦେଖୁଥିଲେ କଣ୍ଢେଇ ନାଚ: ସେତେବେଳେ ମାତ୍ର ୨-୩ ଟଙ୍କା ଦେଇ ଲୋକମାନେ ପୌରାଣିକ କଣ୍ଢେଇ ନାଚ ଦେଖୁଥିଲୋ ଏହି ସବୁ ବେଶ ଶିକ୍ଷଣୀୟ ମଧ୍ୟ ଥିଲା ।
ବର୍ତ୍ତମାନ ସେଇ ପୁରୁଣା ଦିନର କାଠ କଣ୍ଢେଇଳୁ ନୂତନ ଢଙ୍ଗରେ ଆପଣାଇଛନ୍ତି ଢେଙ୍କାନାଳ ଭାପୁର ଅଞ୍ଚଳର ସୁଶାନ୍ତ ଧଳ ।
କଣ୍ଢେଇ ନାଚ ଦେଖିବାକୁ ଭିଡ଼: କଙ୍କଡ଼ାହାଡ଼ ବ୍ଲକ୍ କେରଯୋଳି ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମରେ ମକର ମେଳାରେ ସୁଶାନ୍ତ ମଉସା ନିଜ ପରିବାର ସହ ପୌରାଣିକ ରୀତି ନୀତିରେ କଣ୍ଢେଇ ନାଚ ପରିବେଶଣ କରୁଥିବାର ଦେଖିବାକୁ ମିଳିଛି।
କଙ୍କଡ଼ାହାଡ଼ ବ୍ଲକ୍ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବହୁ ମାତ୍ରାରେ ପୌରାଣିକ ନୃତ୍ୟ ଦେଖିବାକୁ ପସନ୍ଦ କରି ଥାଆନ୍ତି।
କଣ୍ଢେଇ ନାଚ ଦେଖି ପୁରୁଣା ଦିନକୁ ଫେରି ପାଇଛୁ ବୋଲି ଦର୍ଶକ କୁହନ୍ତି ।
ରାଷ୍ଟ୍ରପତି ପୁରସ୍କାର: ସୁଶାନ୍ତ ମଉସା କଣ୍ଢେଇ ନାଚ କରି ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ।
ବୈଜ୍ଞାନିକ ଯୁଗରେ ଷ୍ଟେଜରେ କଣ୍ଢେଇ କିଭଳି କଥା କହିବ,ଚା ପିଇବ ତାହାର ପ୍ରୟାସ ଜାରି ରଖିଛନ୍ତି ।
ଦୁଃଖର ବିଷୟ କି ଏଥିପାଇଁ ତାଙ୍କ ପାଖରେ କୌଣସି ଅର୍ଥ ବଳ ନାହିଁ ଯଦ୍ୱାରା ସେ ଅଗକୁ ଯାଇପାରୁନାହାଁନ୍ତି ।
ସେ କହିଛନ୍ତି ଯଦି ସରକାରଙ୍କ ଦୃଷ୍ଟି ଆଡ଼ୁଆଳରେ କିଛି ସହଯୋଗ ମିଳିବ ତାହାଲେ ଆଗାମୀ ଦିନରେ କଣ୍ଢେଇ ନାଚ ନିଶ୍ଚୟ ଆଗକୁ ଯାଇପାରିବ।