fbpx

ଆଜି ଇଦ୍ ପାଳୁଛନ୍ତି ଇସଲାମ ଧର୍ମୀ; ପରସ୍ପରକୁ ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା

କଟକ: (ଓଡ଼ିଶା ଭାସ୍କର) ଇଦ୍ ଇସଲାମ ଧର୍ମର ଏକ ପ୍ରମୁଖ ପର୍ବ, ଯାହା ରମଜାନ ଶେଷ ହେବା ପରେ ଶୱଲର ପ୍ରଥମ ତିଥିରେ ପାଳନ କରାଯାଏ । ମୁସଲମାନମାନେ ରମଜାନ ମାସରେ ଉପବାସ ରଖନ୍ତି ଏବଂ ରମଜାନ ଶେଷ ହେବା ସହିତ ଉପବାସ ମଧ୍ୟ ଶେଷ ହୋଇଥାଏ । ତେଣୁ ଇଦ୍ କୁ ରମଜାନ ଶେଷ ବୋଲି ମଧ୍ୟ ବିବେଚନା କରାଯାଏ । ଆସନ୍ତାକାଲି ଇଦ୍ ପାଳନ ହୋଇ ନଥିବା ବେଲେ, ଆଜି ପାଳନ କରାଯାଉଛି । ଏନେଇ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଗତକାଲି ଚାନ୍ଦ ନ ଦେଖାଯିବାରୁ ୧୧ତାରିଖ ଅର୍ଥାତ୍ ଆଜି ‘ଇଦ୍’ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା ।

ଭାରତରେ ଚଳିତ ବର୍ଷ ଇଦ୍ ଆଜି ଦିନ ପାଳନ ହେଉଛି । ଇଦ୍-ଉଲ୍-ଫିତର ଖୁସିର ପର୍ବ, ତେଣୁ ଲୋକମାନେ ଏହାକୁ ଧୁମଧାମରେ ପାଳନ କରନ୍ତି ଏବଂ ସମସ୍ତେ ଅନେକ ଦିନ ଆଗରୁ ଏହାର ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି । ଇଦ୍ ସକାଳେ ଲୋକମାନେ ଗାଧୋଇବା ପରେ ନୂଆ ପୋଷାକ ପିନ୍ଧନ୍ତି, ଫିତ୍ର ବାହାର କରନ୍ତି, ମସଜିଦ୍ ଓ ଇଦ୍ଗାହରେ ଇଦ୍ ନମାଜ ପାଠ କରାଯାଏ, ଘରକୁ ଘର ମିଠା ସେବା କରାଯାଏ, ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ କୁ ଶୁଭେଚ୍ଛା ଜଣାଇ ପିଲାମାନଙ୍କୁ ଇଦି ଦିଅନ୍ତି ।

Get real time updates directly on you device, subscribe now.