fbpx

ପୁଣି ଏକ ଝଟକା: କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଦରୁ ହଟାଇଲା ଭିଜିଲାନ୍ସ ବିଭାଗ

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିଥିବା ବେଳେ ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଗୋଟିଏ ପଟେ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା ମିଳିଥିବା ବେଳେ ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଏକ ବଡ଼ ଆକ୍ସନ ନେଇଛି । ବିଭବଙ୍କୁ ପଦରୁ ହଟାଇ ଦିଆଯାଇଛି । ଗତ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୈଭବଙ୍କୁ ପଚରାଉଚରା କରିବା ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରିଥିଲା ।

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବଙ୍କ ନିଯୁକ୍ତିଙ୍କୁ ଭିଜିଲାନ୍ସ ବିଭାଗ ବୈଧ ବୋଲି ଗ୍ରହଣ କରିନାହିଁ । ବିଭବଙ୍କ ସେବାଗୁଡ଼ିକ ତ୍ୱରିତ ଭାବେ ସମାପ୍ତ କରି ଦିଆଯାଇଥିବା ଭିଜିଲାନ୍ସ ବିଭାଗର ସ୍ପେଶାଲ ସେକ୍ରେଟାରୀଙ୍କ ଦ୍ୱାରା ଜାରି ଆଦେଶରେ କୁହାଯାଇଛି । ବିଭବଙ୍କ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିୟମ ସଠିକ୍ ଭାବେ ପାଳନ କରାଯାଇ ନଥିବାରୁ ଉକ୍ତ ନିଯୁକ୍ତିକୁ ଅବୈଧ ଓ ଅମାନ୍ୟ ବୋଲି କୁହାଯାଇଛି । ଗତ ସୋମବାର ଦିନ ବିଭବଙ୍କୁ ଇଡି ଅଧିକାରୀମାନେ ପଚରାଉଚରା କରିଥିଲେ । ପିଏମଏଲଏ ନିୟମ ଅନୁସାରେ ବିଭବଙ୍କ ନାମରେ ମାମଲା ଦାୟର କରାଯାଇଥିଲା ।

Get real time updates directly on you device, subscribe now.