fbpx

ଏହି ମାସରେ ଧନୀ ହୋଇଯିବେ ଏହି ରାଶିର ଲୋକେ: ଡିସେମ୍ବରରୁ ବର୍ଷିବ ସୂର୍ଯ୍ୟଙ୍କ କୃପା

ଓଡ଼ିଶା ଭାସ୍କର: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପ୍ରତି ମାସ ରାଶି ସହ ନିଜର ସ୍ଥିତି ପରିବର୍ତ୍ତନ କରିଥାନ୍ତି । ସୂର୍ଯ୍ୟ ଗୋଚରକୁ ସଂକ୍ରାନ୍ତି ବୋଲି କୁହାଯାଏ । ତେବେ ଏହି ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ଗୋଚର କରି ଧନୁରାଶିରେ ପ୍ରବେଶ କରିବେ । ଧନୁ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶକୁ ଧନୁ ସଂକ୍ରାନ୍ତି ବୋଲି କୁହାଯାଏ । ଧର୍ମଶାସ୍ତ୍ରରେ ଧନୁ ରାଶିରେ ସୂର୍ଯ୍ୟଙ୍କ ଉପସ୍ଥିତି ଅଶୁଭ ବୋଲି ବିଚାର କରାଯାଏ । ଏହି ସମୟରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ ବୋଲି କୁହାଯାଏ । ତେବେ ଏହି ମାସ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ ଲାଭ ଦାୟକ ହୋଇପାରେ ।

ଧାର୍ମିକ ଶାସ୍ତ୍ରରେ ଏହି ମାସକୁ ଖର ମାସ ବୋଲି କୁହାଯାଏ । ତେଣୁ ଏହି ମାସରେ ବିବାହ, ଗୃହପ୍ରବେଶ ତଥା ଯଜ୍ଞ ଅନୁଷ୍ଠାନ ଇତ୍ୟାଦି କରାଯାଏ ନାହିଁ । ଚଳିତବର୍ଷ ଡିସେମ୍ବର ୧୬ ତାରିଖରୁ ଆସନ୍ତା ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ମାସ ଚାଲୁ ରହିବ । ତେବେ ମକର ସଂକ୍ରାନ୍ତି ଦିନ ଖର ମାସ ଶେଷ ହେବ ଏବଂ ପୁଣିଥରେ ଶୁଭ କାର୍ଯ୍ୟ ଆରମ୍ଭ ହେବ । ଏହି ମାସ ଶୁଭ କାର୍ଯ୍ୟ ପାଇଁ ବର୍ଜିତ ରହିଥିଲେ ବି ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ଗୋଚରରେ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ମିଳିବ

ମେଷ ରାଶି: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସୂର୍ଯ୍ୟଗୋଚର ଖୁବ ଶୁଭ ଫଳ ଦେଇପାରିବ । ଜ୍ଞାନ ।ସଲ କରିବା ସହ ଧର୍ମ-କର୍ମ ଇତ୍ୟାଦିରେ ଏହି ରାଶିର ଲୋକଙ୍କ ମନ ଲାଗିବ । ଚାକିରି ଏବଂ ବ୍ୟବସାୟରେ ମଧ୍ୟ ଲାଭ ହୋଇପାରିବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବିଶେଷ ଫଳଦାୟୀ ରହିବ । ଏହି ମାସରେ କୌଣସି ଟ୍ରିପରେ ମଧ୍ୟ ଯାଇପାରନ୍ତି, ଯାହାଦ୍ୱାରା ଆପଣଙ୍କୁ ଖୁବ ଲାଭ ମିଳିପାରିବ । ଆପଣଶାନ୍ତି ଅନୁଭବ କରିବେ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ।

ତୁଳା ରାଶି: ତୁଳା ରାଶିର ଲୋକଙ୍କ ପାଇଁ ଡିସେମ୍ବରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଲାଭବାନ୍ ରହିବ । ବିଶେଷ କରି ଯେଉଁମାନେ ସମ୍ବାଦ ସହ ଯୋଡ଼ି ହୋଇ ରହିଛନ୍ତି, ସେମାନଙ୍କୁ ବଡ଼ ସଫଳତା ମିଳିପାରିବ । ସାମାଜିକ ସ୍ତରରେ ସକ୍ରିୟ ରହିବେ ଏହି ରାଶିର ବ୍ୟକ୍ତି । ନେଟୱାର୍କ ବଢିବା ସହିତ କ୍ୟାରିୟରରେ ମଧ୍ୟ ସଫଳତା ମିଳିବ । ସମସ୍ତ କାମ ସହଜରେ ପୂରଣ ହୋଇପାରିବ ।

ବିଛା ରାଶି: ଏହି ସୂର୍ଯ୍ୟ ଗୋଚର ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ପରିଣାମ ପ୍ରଦାନ କରିବ । କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହିତ ସନ୍ତୁଷ୍ଟ୍ରି ପ୍ରାପ୍ତ ହେବ । ଧନ ଲାଭ ହେବ ଏବଂ ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢିବ । ଅନେକ ନୂଆ ସୁଯୋଗ ଆପଣଙ୍କ ଅପେକ୍ଷାରେ ରହିଛି । ତେବେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.