fbpx
BJD
BJD SKY
BJD SKY

ରାମ ମନ୍ଦିର ନିର୍ମାଣ ପାଇଁ ୟୁପି ନୁହେଁ, ବରଂ ଏହି ରାଜ୍ୟର ଲୋକ ଦେଇଛନ୍ତି ଅଧିକ ଚାନ୍ଦା: ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ମିଳିଛି ଟଙ୍କା ?

BJD

ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ ନିର୍ମିତ ତାଙ୍କ ଭବ୍ୟ ରାମ ମନ୍ଦିର ୨୨ ଜାନୁଆରୀରେ ଉଦଘାଟନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ କେଉଁ ରାଜ୍ୟର ଲୋକମାନେ ରାମ ମନ୍ଦିର ନିର୍ମାଣ ପାଇଁ ଅଧିକ ଦାନ ଦେଇଛନ୍ତି । ଯଦି ଆପଣଙ୍କ ମନରେ ଏପରି ପ୍ରଶ୍ନ ଆସୁଛି ତେବେ ଆପଣ ଏହି ଆର୍ଟିକିଲରେ ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ପାଇବେ  । ଏହା ସହିତ, ଆମେ ଆପଣଙ୍କୁ ମଧ୍ୟ କହିବୁ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ପାଇଁ ଏପର୍ଯ୍ୟନ୍ତ କେତେ ଦାନ ଗ୍ରହଣ କରାଯାଇଛି ଏବଂ କିଏ ଏପର୍ଯ୍ୟନ୍ତ ଅଧିକ ଦାନ କରିଛନ୍ତି  ।

ୟୁପି ନୁହେଁ, ଏହି ରାଜ୍ୟର ଲୋକମାନେ ଅଧିକ ଦାନ କରିଛନ୍ତି :-

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଦାନ ଉତ୍ତରପ୍ରଦେଶରୁ ନୁହେଁ ଗୁଜରାଟର ଲୋକମାନେ ଦେଇଛନ୍ତି । ଅଯୋଧ୍ୟାରେ ରାମ ଭକ୍ତଙ୍କ ଦାନ ସହିତ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ ଚାଲିଛି ଏବଂ ପ୍ରଥମ ମହଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି, ଯେଉଁଥିରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯିବ ।

ସର୍ବାଧିକ ଦାନ :-

ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯେଉଁମାନେ ରାମ ମନ୍ଦିର ପାଇଁ ଅଧିକ ଦାନ କରିଛନ୍ତି ସେମାନଙ୍କ ତାଲିକାରେ ମୋରାରି ବାପୁଙ୍କ ନାମ ଶୀର୍ଷରେ ରହିଛି । ଗୁଜୁରାଟରୁ ଆସିଥିବା ମୋରି ବାପୁ ରାମ ମନ୍ଦିର ପାଇଁ ୧୧.୩ କୋଟି ଟଙ୍କା ଦାନ କରିଛନ୍ତି । ମୋରାରି ବାପୁ ଗୁଜୁରାଟର ଭାବନଗରରେ ଜନ୍ମ ହୋଇ ଥିଲେ ଓ ଆଜି ବି ସେ ତାଙ୍କ ପରିବାର ସହିତ ସେଠାରେ ରହିଛନ୍ତି । ଏହା ବ୍ୟତୀତ ଆମେରିକା, କାନାଡା ଏବଂ ବ୍ରିଟେନର ତାଙ୍କ ଅନୁଗାମୀମାନେ ମଧ୍ୟ ପୃଥକ ଭାବରେ ୮ କୋଟି ଟଙ୍କା ଦାନ କରିଛନ୍ତି ।

ମୋରାରି ବାପୁଙ୍କ ପରେ କାହା ନମ୍ବର ?

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରକୁ ଯେଉଁମାନେ ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ଗୁଜୁରାଟର ଜଣେ ବ୍ୟବସାୟୀ ଅଛନ୍ତି ଯିଏ ମୋରାରି ବାପୁଙ୍କ ପରେ ସର୍ବାଧିକ ଦାନ ଦେଇଛନ୍ତି । ଗୁଜୁରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢ଼ୋଲକିଆ ରାମ ମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଟଙ୍କା ଦାନ କରିଛନ୍ତି । ପାଣ୍ଠି ସଂଗ୍ରହ ଅଭିଯାନର ଏକ ଅଂଶ ଭାବରେ ସେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ୧୧ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ ।

ଏପର୍ଯ୍ୟନ୍ତ କେତେ ଦାନ ଗ୍ରହଣ କରାଯାଇଛି?

ରାମ ମନ୍ଦିରର ଟ୍ରଷ୍ଟି ତଥା ନିର୍ମାଣ ବୋର୍ଡର ସଦସ୍ୟ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୫୫୦୦ କୋଟିରୁ ଅଧିକ ମୂଲ୍ୟର ଦାନ ଗ୍ରହଣ କରାଯାଇଛି ଏବଂ ଚାନ୍ଦା ମଧ୍ୟ ଗ୍ରହଣ କରାଯାଉଛି । ଯେଉଁମାନେ ରାମ ମନ୍ଦିର ପାଇଁ ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ସାଧାରଣ ଜନତା ସାମିଲ ଅଛନ୍ତି ।

Get real time updates directly on you device, subscribe now.