fbpx

“ଆଉ ଟିକେ ନାଲି ଚଟଣୀ ଦିଅ!…” କହିବାରୁ ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷିଲେ ଦୋକାନୀ

ନୂଆଦିଲ୍ଲୀ: “ଆଉ ଟିକେ ନାଲି ଚଟଣୀ ଦିଅ!….” ଏପରି କହିବା ଜଣେ ଗ୍ରାହକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୂର୍ବ ଦିଲ୍ଳୀରେ ଜଣେ ବ୍ୟକ୍ତି ମୋମୋବାଲାକୁ ନାଲି ଚଟଣୀ ମାଗିବାରୁ ମୋମୋବାଲା ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷି ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳର ବିଶ୍ୱାସ ନଗର ନିକଟରେ ଭୀକମ୍ ସିଂହ କଲୋନୀରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଏହି କଲୋନୀର ଏକ ମୋମୋ ଦୋକାନରେ ଗ୍ରାହକଜଣଙ୍କ ମୋମୋ ଖାଇବା ସମୟରେ ଲାଳ ଚଟଣୀ ମାଗିଥିଲେ । ତେବେ ଏନେଇ ଗ୍ରାହକ ଏବଂ ଦୋକାନୀଙ୍କ ମଧ୍ୟ ବେଶ କିଛି ସମୟ ବଚସା ହୋଇଥିଲା । ତେବେ କିଛି ସମୟ ପରେ ଦୋକାନୀ ଜଣଙ୍କ ରାଗି ଯାଇ ବ୍ୟକ୍ତିଙ୍କ ମୁହଁକୁ ଛୁରୀରେ ଆକ୍ରମଣ କରିଥିଲେ । ସେ ପ୍ରାୟ ୪ ଥର ତାଙ୍କ ମୁହଁକୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ ।

ଏହା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଫାର୍ସ ବଜାର ପୁଲିସ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୭ ଅନ୍ତର୍ଗତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ ।

 

Get real time updates directly on you device, subscribe now.