fbpx

ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି କି? ସାବଧାନ! ଭୋଗିପାରନ୍ତି ଜେଲ ଦଣ୍ଡ

ଗୁଗଲ ଏପରି ଏକ ପ୍ଲାଟଫର୍ମ, ଯାହା ବିନା ବର୍ତ୍ତମାନ ସମୟରେ ସବୁ କିଛି ଅଧୁରା । ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ସଙ୍ଗେ ସଙ୍ଗେ ଲୋକମାନେ ଗୁଗଲର ସାହାରା ନେଇଥାନ୍ତି । ତେବେ ଆପଣ ମଧ୍ୟ ଏଥିରେ ଅଭ୍ୟସ୍ତ । କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଗୁଗଲରେ ସର୍ଚ୍ଚ କରିବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯାହା ଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଆପଣଙ୍କୁ ଏଥିପାଇଁ ଜେଲ ମଧ୍ୟ ହୋଇପାରେ । ଏହାକୁ ସର୍ଚ୍ଚ କରିବା ବେଆଇନ ହୋଇଥାଏ ।

ବୋମା ତିଆରି କରିବାର କୌଶଳ- ଭାରତରେ ବୋମା ପ୍ରସ୍ତୁତ କରିବା ଏକ ଗୁରୁତର ଅପରାଧ ହୋଇଥାଏ । ଯଦି ଆପଣ କେବେ ଗୁଗଲରେ ବୋମା ତିଆରି କରିବାର କୌଶଳ ସର୍ଚ୍ଚ କରିଛନ୍ତି ତେେବେ ଆପଣଙ୍କୁ ଆତଙ୍କବାଦ ଅଭିଯୋଗରେ ଗିରପ କରାଯାଇପାରେ ।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି- ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଶିଶୁ ଅଶ୍ଳୀଳତା ଭାରତରେ ଏକ ଗୁରୁତର ଅପରାଧ । ଯଦି ଆପଣ ଗୁଗଲରେ ଏହାକୁ ସର୍ଚ୍ଚ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆପଣ ଯୌନ ଶୋଷଣ ଅଭିଯୋଗରେ ଜେଲ ଯାଇପାରନ୍ତି ।

ବେଆଇନ ଔଷଧ- ବେଆଇନ ଔଷକ୍ଷ ବିକ୍ରି କିମ୍ବା କ୍ରୟ ମଧ୍ୟ ଭାରତରେ ଏକ ଗୁରୁତର ଅପରାଧ । ଯଦି ଆପଣ ଏବାବଦରେ ଗୁଗଲରେ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ଏଥି ପାଇଁ ଜେଲ ଦଣ୍ଡ ମଧ୍ୟ ହୋଇପାରେ ।

ହ୍ୟାକିଂ- ଭାରତରେ କମ୍ପ୍ୟୁଟର ହ୍ୟାକିଂ ମଧ୍ୟ ଅନ୍ୟତମ ଗୁରୁତର ଅପରାଧ । ଯଦି ଆପଣ ଏହାର କୌଶଳକୁ ଗୁଗଲରେ ସର୍ଚ୍ଚ କରୁଛନ୍ତି ତେବେ ମଧ୍ୟ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ତେବେ ଏସବୁ ଜିନିଷ ସର୍ଚ୍ଚ କରିବା ଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଗୁଗଲରେ ଆତ୍ମହତ୍ୟା ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ମାନସିକ ସହାୟତା ମିଳିପାରେ । ଏପରି ବିଷୟ ଯାହା ବାବଦରେ ଆପଣ ବିଶେଷ ଜାଣିନାହାନ୍ତି ତାହା ସର୍ଚ୍ଚ କରିବା ଆଗରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.