fbpx
BSKY
BJD MC SKY
BJD YOUTH SKY

ଭର୍ଚୁଆଲ ପ୍ଲାଟଫର୍ମରେ ସେଣ୍ଟର୍ ଫର୍ ଲଜିଷ୍ଟିକ୍ସ ଟ୍ରେନିଂ ଏବଂ ଏକ୍ସିଲେନ୍ସକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭର୍ଚୁଆଲ ପ୍ଲାଟଫର୍ମରେ ସେଣ୍ଟର୍ ଫର୍ ଲଜିଷ୍ଟିକ୍ସ ଟ୍ରେନିଂ ଏବଂ ଏକ୍ସିଲେନ୍ସକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ରେଡିଣ୍ଟନ ଫାଉଣ୍ଡେସନ, ଲଜିଷ୍ଟିକ୍ସ ସେକ୍ଟର ସ୍କିଲ କାଉନସିଲ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହା ଶୁଭାରମ୍ଭ ହୋଇଛି । ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳକୁ ଏହା ଅଧିକ ମଜଭୂତ୍ କରିବା ଦିଗରେ କାର୍ଯ୍ୟ କରିବ ।

ଶିଳ୍ପ ସଂସ୍ଥା ଗୁଡିକ ଜନସାଧାରଣଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରିବା ପାଇଁ ଆହୁରି ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଦକ୍ଷତା ଉପରେ ଆଧାରିତ ଶିକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଉଛି । ଲୋକାର୍ପିତ ହୋଇଥିବା ଉତ୍କର୍ଷ କେନ୍ଦ୍ର ସମ୍ମାନ ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ସହ ମୁଣ୍ଡ ପିଛା ଉତ୍ପାଦନ ବୃଦ୍ଧି କରିବା ଦିଗରେ ଏକ ବଡ ପଦକ୍ଷେପ ବୋଲି ଏହି ଅବସରରେ ସେ କହିଛନ୍ତି ।

Get real time updates directly on you device, subscribe now.