fbpx

ଅନେକଥର ପ୍ରେମ ଓ ବ୍ରେକଅପ୍ କରନ୍ତି ଏହି ରାଶିର ଲୋକେ: ଭଲ ପାଇବା ପୂର୍ବରୁ ସାବଧାନ୍!

ଜୀବନରେ ପ୍ରେମ ଏକ ମଧୁର ସମ୍ପର୍କ । କେତେଜଣଙ୍କ ଭାଗ୍ୟରେ ପ୍ରେମ ସଫଳ ହୋଇଥାଏ ତ ଆଉ କେତେକ ପ୍ରେମରେ ବିଫଳ ହୁଅନ୍ତି । ଆଉ କିଛି ବହୁବାର ପ୍ରେମ କରି ବ୍ରେକଅପ କରିବା ସହ ନୂଆ ପ୍ରେମର ଖୋଜ ରେ ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁଣ୍ଡଳୀରେ ଗ୍ରହର ଅବସ୍ଥା ଏବଂ ରାଶି ବ୍ୟକ୍ତିର ଭାଗ୍ୟ ଗଠନର କାରଣ ହୋଇଥାଏ । ବ୍ୟକ୍ତିର ରାଶି ତାହାର ସ୍ୱଭାବ-ବ୍ୟବହାର ସମ୍ପର୍କରେ ବହୁତ କିଛି କହିଥାଏ । ତେବେ ଆସନ୍ତୁ ଜାଣିବା କିଛି ଏମିତି ରାଶିଙ୍କ ବିଷୟରେ ଯେଉଁମାନଙ୍କୁ ଜୀବନରେ ବାରମ୍ବାର ପ୍ରେମ ହୋଇଥାଏ । ସେମାନେ ଜୀବନରେ ବହୁଥର ପ୍ରେମରେ ପଡିଥାନ୍ତି । ଆସନ୍ତୁ ଜାଣିବା ଲିଷ୍ଟରେ କାହା ନାଁ ଅଛି ସାମିଲ…

ବୃଷ :
ବୃଷ ରାଶିର ଲୋକମାନେ ସହଜରେ କାହା ସହ ଆକର୍ଷିତ ହୋଇଯାଆନ୍ତି । ସେମାନେ ତାହାକୁ ପ୍ରେମ ବୋଲି ଭାବି ଭୁଲ କରି ବସନ୍ତି । ଏହି କାରଣରୁ, ସେମାନେ ଦୀର୍ଘ ସମୟ ଯାଏ କାହା ସହିତ ରହି ପାରନ୍ତି ନାହିଁ । କିନ୍ତୁ ଯଦି ସେମାନେ କାହା ପାଇଁ ସିରିଏସ୍ ହୋଇଯାଆନ୍ତି, ତେବେ ଅନ୍ୟ କିଛି ଦେଖି ନଥାନ୍ତି । ସେମାନେ ନିଜ ସାଥୀକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ପ୍ରତି ବିଶ୍ୱସ୍ତ ରୁହନ୍ତି ।

ମିଥୁନ :
ମିଥୁନ ରାଶିର ଲୋକମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ସେମାନେ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଆନ୍ତି । ଏହି କାରଣରୁ ସେମାନେ ଜଣଙ୍କ ପାଖରେ ବେଶୀ ସମୟ ରହି ପାରନ୍ତି ନାହିଁ । ଫଳରେ ସେମାନେ ଏକରୁ ଅଧିକ ସମ୍ପର୍କ ଗଠନ କରିଥାନ୍ତି । ଅବଶ୍ୟ, ବିବାହ ପରେ, ସେମାନେ ନିଜ ଜୀବନ ସାଥୀକୁ ଧୋକା ଦେଇ ନଥାନ୍ତି ।

ତୁଳା :
ତୁଳା ରାଶିର ଲୋକମାନେ ସମ୍ପର୍କ ବଜାୟ ରଖିବାରେ ପରଫେକ୍ଟ ହୋଇଥାନ୍ତି । କିନ୍ତୁ କିଛି ସମୟ ପରେ ସେମାନେ ଅବହେଳା କରିବା ଆରମ୍ଭ କରନ୍ତି, ତେଣୁ ସମ୍ପର୍କ ଦୁର୍ବଳ ହୋଇଯାଏ । ପୁଣି ସେମାନେ ଆଉ ଏକ ନୂତନ ସାଥୀ ବାଛିବା ଆରମ୍ଭ କରଥାନ୍ତି ।

କୁମ୍ଭ :
କୁମ୍ଭ ରାଶିର ଲୋକମାନେ କାହା ସହିତ ବେଶୀ ସମୟ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ ବହୁ ଲୋକଙ୍କ ସହ ପ୍ରେମ କରି ବସନ୍ତି । ଏମାନେ ଯେତେ ଶୀଘ୍ର ସମ୍ପର୍କ ଗଢନ୍ତି, ସେତେ ଶୀଘ୍ର ବ୍ରେକଅପ କରନ୍ତି । ଏମାନଙ୍କର ପାର୍ଟନରଙ୍କ ସହ ସେତେବେଳେ ପଡିଥାଏ ଯେତେବେଳେ ପାର୍ଟନର ତାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଅନ୍ତି ।

Get real time updates directly on you device, subscribe now.