fbpx

Graduation ପରେ ଅପେକ୍ଷା କରିଥାଏ ଏହିସବୁ ସରକାରୀ ଚାକିରି…ବଦଳାନ୍ତୁ ଭବିଷ୍ୟତ

ନୂଆଦିଲ୍ଲୀ: ଆଜିକାଲି ଯୁବବର୍ଗଙ୍କ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି ବେରୋଜଗାରୀ । କେବେ ଏବଂ କେଉଁଠି ଚାକିରି ଖଣ୍ଡେ ମିଳିବ ବୋଲି ଖୋଜି ବୁଲୁଛନ୍ତି ଛାତ୍ରଛାତ୍ରୀ । ସେପଟେ ପରିବାର ପ୍ରତିପେଷ୍ଣର ଦାୟିତ୍ୱ ଅନେକ ସମୟରେ କ୍ୟାରିୟର ଗୋଲରୁ ସେମାନଙ୍କୁ ବାହାରିଯିବା ପାଇଁ ବାଧ୍ୟ କରିଥାଏ । ଫଳରେ ସରକାରୀ ଏବଂ ପ୍ରାଇଭେଟ ଚାକିରି ଭିତରେ ଫସି ରହିଯାନ୍ତି ଚାତ୍ରଛାତ୍ରୀ । ତେବେ ଆସନ୍ତୁ ଜାଣିବା ବିଏ ଶେଷ କରିବା ପରେ କେଉଁସବୁ ସରକାରୀ ଚାକିରି ପାଇପାରିବେ ।

ସିଭିଲ ସର୍ଭିସ:

ଯଦି କୌଣସି ବିଦ୍ୟାର୍ଥୀ ଗ୍ରାଜୁଏସନରେ ବିଏ କରିଛନ୍ତି, ତେବେ ସେମାନେ ସିଭିଲ ସର୍ଭିସ ପରୀକ୍ଷା ଆଇଏଏସ ଏବଂ ଆଇପିଏସ ପଦରେ ସରକାରୀ ଚାକିରି ପାଇପାରନ୍ତି । ୟୁପିଏସସି ପରୀକ୍ଷାରେ କୌଣସି ବି ଫିଲ୍ଡରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଭାଗ ନେଇପାରିବେ । କଳା କ୍ଷେତ୍ରର ପିଲାମାନଙ୍କୁ ଏହି ପରୀକ୍ଷାର ଅନେକ ସବଜେକ୍ଟରେ କୃତକାର୍ଯ୍ୟ ହୋଇପାରିବେ । ଏହାପରେ ଆପଣଙ୍କୁ ଭଲ ଦରମା ଏବଂ ଅନ୍ୟାନ୍ୟ ସୁବିଧା ସହ ସରକାରୀ ଚାକିରିର ସୁବିଧା ମିଳିପାରିବ ।

ପ୍ରତିରକ୍ଷା ସେବା:

ଦେଶର ଅଧିକାଂଶ ଯୁବକ ପ୍ରତିରକ୍ଷା କ୍ଷେତ୍ରରେ ଚାକିରି କରିବା ପାଇଁ ଇଚ୍ଛା ରଖଥାନ୍ତି । ତେବେ ବିଏ ପରେ ପିଲାମାନେ ଏନଡିଏ, ସିଡିଏସ ଏବଂ ଏଫକେଟ ଭଳି ପରୀକ୍ଷାରେ ନିଜକୁ ସାମିଲ କରିପାରନ୍ତି । ଏହା ଏକ ସମ୍ମାନଜନକ ଏବଂ ଚାଲେଞ୍ଜିଂ ହୋଇଥାଏ । ତେବେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭଲ ଚାକିରିରେ ନିଜକୁ ଦକ୍ଷ କରିପାରନ୍ତି ଯୁବଗୋଷ୍ଠୀ ।

ବ୍ୟାଙ୍କିଙ୍ଗ:

ବ୍ୟାଙ୍କରେ ଚାକିରି କରିବା ଅନେକ ପିଲାଙ୍କ ସ୍ୱପ୍ନ ଥାଏ । କାରଣ ଏଥିରେ ମିଳୁଥିବା ସୁବିଧା ବିଶେଷ କରି ଯୁବକମାନଙ୍କୁ ଆକର୍ଷିତ କରିଥାଏ । ତେବେ ଆରବିଆଇ ଆସିଷ୍ଟାଣ୍ଟ, ଆଇବିପିଏସ କିମ୍ବା ଏସବିଆଇ ପ୍ରୋଭିଜନାରୀ ଅଫିସର ଏବଂ ସ୍ପେଶାଲିଷ୍ଟ ଅଫିସର ଭାବରେ ଦରମା ମଧ୍ୟ ପ୍ରାୟ ବାର୍ଷିକ ୨.୫ ରୁ ୧୦ ଲକ୍ଷ ଟଙ୍କା ହୋଇଥାଏ ।

Get real time updates directly on you device, subscribe now.