fbpx

ବିହାରରେ ବିଜୁଳିକୁ ନେଇ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସର ଫାୟାରିଂ: ଜଣେ ମୃତ, ୨ ଗୁରୁତର

Advertisement

ନୂଆଦିଲ୍ଲୀ: କଟିହାର ଜିଲ୍ଲାରେ ବିଦ୍ୟୁତକୁ ନେଇ ପ୍ରଦର୍ଶନ କରୁଥିବା ଗ୍ରାମବାସୀ ସହିତ ପୋଲିସର ସଂଘର୍ଷ ହୋଇଥିଲା । କ୍ରୋଧିତ ଲୋକମାନେ ବିଦ୍ୟୁତ୍ କାର୍ଯ୍ୟାଳୟରେ ପ୍ରବେଶ କରି ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ପ୍ରଶାସନ ଦ୍ୱାରା ଲୋକଙ୍କୁ ଘଉଡାଯାଇଥିଲା ।

ଲୋକମାନେ ପଥର ଫିଙ୍ଗିଥିଲେ । ଏହାରି ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳି ଚଳାଇଥିଲା । ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କଟିହାର ଜିଲ୍ଲାର ଏସପି ଏହା ନିଶ୍ଚିତ କରିଛନ୍ତି । ଗୁଳି ବିନିମୟରେ ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ସବ-ଡିଭିଜନାଲ ହସ୍ପିଟାଲ ବାରସୋଇରେ ଭର୍ତ୍ତି କରାଯାଇଛି । ଏହାରି ମଧ୍ୟରେ ଡିଏମ ଏବଂ ଏସପି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି ।

ଏହାରି ମଧ୍ୟରେ କଟିହାରରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଫାୟାରିଂକୁ ନେଇ ବିରୋଧୀ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା କହିଛନ୍ତି ଯେ, ସେ ଏଭଳି ଘଟଣାକୁ ନିନ୍ଦା କରୁଛନ୍ତି । ଏହି ଘଟଣାର ନ୍ୟାୟିକ ତଦନ୍ତ ହେବା ଉଚିତ । ସେ କହିଛନ୍ତି ଯେ, ବିହାରରେ ଅରାଜକତାର ବାତାବରଣ ରହିଛି । ନିଜର ହକ୍ ପାଇଁ ଲଢ଼ୁଥିବା ଲୋକଙ୍କ ଉପରେ ବିହାର ସରକାର ଲାଠି ଚାର୍ଜ କରୁଛନ୍ତି ତ’ ଆଉ କାହାକୁ ଗୁଳି ମାରି ହତ୍ୟା କରୁଛନ୍ତି । ଗତ କିଛି ଦିନ ମଧ୍ୟରେ ଲଗାତାର ଲୋକମାନେ ଜୀବନ ହରାଉଛନ୍ତି । ସେ କହିଛନ୍ତି ଯେ, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ।

Get real time updates directly on you device, subscribe now.