fbpx

(Video)ଗାଁ ଭିତରେ ବିଧାୟିକା ପାର୍ଥୀଙ୍କ ଗାଡ଼ିକୁ ଅଟକାଇଲେ ଲୋକେ; ପଚାରିଲେ କ’ଣ କରିଛ ଆମ ପାଇଁ…

Advertisement

ଗଞ୍ଜାମ: ଖଲିକୋଟ ବିଧାୟିକା ପ୍ରାର୍ଥି ପଚାର କରିବା ସମୟରେ ହଟା ହଟା ହୋଇଛନ୍ତି । ପ୍ରଚାର କରିବା ସମୟରେ ପ୍ରାର୍ଥିଙ୍କ ଗାଡ଼ିକୁ ଅଟକାଇଦେଲେ । ଆଉ ଘଣ୍ଟା ଘଣ୍ଟାଧରି, ଉତ୍ତର ମାଗିଲେ ତୁମେ ବିଧାୟିକା ହୋଇଥିଲା ଆମ ପାଇଁ କଣ କରିଛି। ତେବେ ଲୋକମାନଙ୍କ ଏଳି ଯୁକ୍ତି ତର୍କ ଭିତରେ ବଧାୟିକା ପାର୍ଥି ସୁର୍ଯ୍ୟମଣି ବୈଦ୍ୟ । ଉତର ଦେଉଛନ୍ତି ଯେଉଁ କିଛି ଲୋକଙ୍କ ଦାବି ପୁରଣ ହୋଇପରିନି ସେଇ କଥା, ସେ ଜାଣିନଥିବା କହିଛନ୍ତି । ତେବେ ଏଭଳି ଯୁକ୍ତି ତର୍କ ସମୟରେ ବିଜେପି ନାରା ମଧ୍ୟ ଦେଖିବାକୁ ମିଳିଥିଲା । କଞ୍ଚଣକ୍ଷ ଗାଁ ରେ ବିଜେଡିର ପ୍ରଚାରକୁ ଗ୍ରହଣ କରିପାରୁ ନାହାଁନ୍ତି ଗ୍ରାମବାସୀ ।

ପ୍ରଚାର ବେଳେ ଗ୍ରାମବାସୀଙ୍କ ଦ୍ୱାରା ଆକ୍ରୋଶର ଶିକାର ହେଲେ ଖଲ୍ଲିକୋଟ ବିଧାୟିକା ପ୍ରାଥୀ ସୂର୍ଯ୍ୟ ମଣି ବୈଦ୍ୟ । ଶଙ୍ଖ ଚିହ୍ନର ପ୍ରଚାର ଗାଡିକୁ ଗାଁକୁ ମନା ବୋଲି କହୁଥିଲେ ଗାଁ ଲୋକ । ପ୍ରଚାର ଗାଡିକୁ ଅଟକାଇଲେ କଞ୍ଚଣା ଗ୍ରାମବାସୀ । ଗାଁକୁ ପ୍ରଚାର ଗାଡ଼ି ଓ ସୂର୍ଯ୍ୟ ମଣି ବୈଦ୍ୟ ଯିବାକୁ ଆକଟ କରିଥିଲେ । ଖରାରେ ଗାଡ଼ି ଉପରେ ଠିଆ ହୋଇ ବିରୋଧକୁ ଚୁପ୍ ଚାପ୍ ଦେଖୁଥାନ୍ତି ସୂର୍ଯ୍ୟ ମଣି ବୈଦ୍ୟ । ନରେନ୍ଦ୍ର ମୋଦି ଜିନ୍ଦାବାଦ ରେ ଫାଟିପଡୁଥିଲା ଗାଁ । ସୁରକ୍ଷା କର୍ମୀ ଓ କିଛି ସମର୍ଥକଙ୍କ କିଛି ସମୟର ବୁଝା ସୁଝା ପରେ ଅଟକ ରଖି ଥିବା ଗାଡ଼ିକୁ ଛାଡିଥିଲେ ଗାଁ ଲୋକ । ଗାଁକୁ ନ ପଶିପାରି ଫେରି ଆସିଲେ ସୂର୍ଯ୍ୟ ମଣି ବୈଦ୍ୟ ।

Get real time updates directly on you device, subscribe now.