fbpx

ଅଭୟାଙ୍କ ପାଇଁ ବ୍ଲାକଆଉଟ୍ କୋଲକାତା, ରାତିଅଧରେ ରାଜରାସ୍ତାରେ ଆନ୍ଦୋଳନକାରୀ

People switch off light on streets with candle to protest over rg kar incident in Kolkata

କୋଲକାତା: ସାରା ଦେଶରେ ଜାରି ରହିଛି ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ତାତି । ଅଭୟାଙ୍କୁ ନ୍ୟାୟ ଦେବା ପାଇଁ ଅନେକ ସ୍ଥାନରେ ଆନ୍ଦୋଳନ ହେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହାରି ଭିତରେ ଗତକାଲି(ବୁଧବାର) ଏକ ଅଦ୍ଭୁତପୂର୍ବ ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ବ୍ଲାକଆଇଟ୍ ହୋଇଥିଲା କୋଲକାତା ।  ଲାଇଟ୍ ବନ୍ଦ କରିବା ସହିତ କ୍ୟାଣ୍ଡେଲ ଜାଳି ରାତିସାରା ଉଜାଗର ରହି ନ୍ୟାୟ ମାଗିଛନ୍ତି ଆନ୍ଦୋଳନକାରୀ । ତେବେ ସାଧାରଣ ଲୋକଙ୍କ ସହିତ ଅନେକ ରାଜନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଏହି ବ୍ଲାକଆଇଟ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସ । ସେ ମଧ୍ୟ ଲାଇଟ୍ ବନ୍ଦ କରିଥିଲେ । ରାତିରେ ଦୋକାନ ବଜାର ଲାଇଟ୍ ବନ୍ଦ କରିବା ସହିତ ରାଜରାସ୍ତାର ମଧ୍ୟ ଆଲୋକକୁ ବିଚ୍ଛିନ୍ନ କରାଯାଇଥିଲା । ରାତି 9ଟାରୁ 10 ସମ୍ପୁର୍ଣ୍ଣ ଅନ୍ଧକାର ରହିଥିଲା କୋଲକାତା ।   ତେବେ ବୁଧବାର ବ୍ଲାକଆଉଟ୍ ଆନ୍ଦୋଳନରେ ଅଭୟାଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ ।  ଡାକ୍ତରୀ ଝିଅକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୃତ ଡାକ୍ତରଙ୍କ ବାପା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମେ ଆଉ କଣ କରିପାରିବୁ, ସବୁ ବିଷୟ ବିଳମ୍ବରେ ହେଇଛି । ଏହାକୁ ଆମେ ସହ୍ୟ କରିପାରୁ ନାହୁଁ । ଆମେ ପାଖରେ ଅନେକ ପ୍ରଶ୍ନ ଅଛି । ଏହି ସବୁ ପ୍ରଶ୍ନ ଆମେ ପୋଲିସକୁ ପଚାରିବୁ । “

Get real time updates directly on you device, subscribe now.