fbpx
BJD SKY
BJD SKY

ଦୀପାବଳିରେ ଯାତ୍ରୀଙ୍କୁ ମାଗଣାରେ ମିଳିବ ଖାଦ୍ୟ: ଭାରତୀୟ ରେଲୱେର ନୂଆ ଉପହାର

BJD

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଯାତ୍ରୀମାନଙ୍କୁ ଧମାକାଦାର ଉପହାର ପ୍ଲାନ କରିଛି ଇଣ୍ଡିଆନ ରେଲୱେ । ଏଣିକି ଟ୍ରେନରେ ଆପଣଙ୍କୁ ମିଳିବ ମାଗଣା ଖାଦ୍ୟ । ଯାତ୍ରା ସମୟରେ ଟ୍ରେନରେ ଖାଦ୍ୟ ପାଇଁ ଦେବାକୁ ପଡିବନି ଗୋଟିଏ ବି ଟଙ୍କା । ତେବେ ଆସନ୍ତା ଜାଣିବା କେଉଁ ଟ୍ରେନ ଏବଂ କେଉଁ ପରିସ୍ଥିତିରେ ମାଗଣାରେ ଖାଦ୍ୟ ପାଇପାରିବେ ଯାତ୍ରୀ ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତ ଆଇଆରସିଟିସି ତରଫରୁ ଆପଣଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ । ଏହାସହିତ ପାଣି ଏବଂ କୋଲ୍ଡ-ଡ୍ରିଙ୍କ୍ସ ପାଇଁ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିବନି । କିନ୍ତୁ ଏହି ସୁବିଧା ଆପଣଙ୍କୁ ସବୁବେଳେ ମିଳିପାରିବନି । କେବଳ କିଛିଟା ପରିସ୍ଥିତିରେ ଏହି ସୁବିଧାର ଲାଭ ଉଠାଇ ପାରିବେ ଯାତ୍ରୀ । ଯଦି ଟ୍ରେନ ବିଳମ୍ବରେ ଯାଉଛି ତେବେ ଫ୍ରିରେ ଖାଦ୍ୟ ପାଇବେ ଯାତ୍ରୀ । ରେଲୱେ ତରଫରୁ ମିଳୁଥିବା ଏହି ସୁବିଧାର ଫାଇଦା ଆପଣ ଉଠାଇ ପାରିବେ । ନିୟମ ଅନୁସାରେ, ଟ୍ରେନରେ ଲେଟ ହେଲେ ଆଇଆରସିଟିସିର କ୍ୟାଟରିଙ୍ଗ ପଲିସି ଦ୍ୱାରା ଯାତ୍ରୀମାନଙ୍କୁ ଜଳଖିଆ ଏବଂ ହାଲକା ଭୋଜନ ଦିଆଯାଇଥାଏ ।

ଆଇଆରସିଟିସିର ନିୟମ ଅନୁଯାୟୀ, ଟ୍ରେନ ୨ ଘଣ୍ଟା କିମ୍ବା ଏହାଠାରୁ ଅଧିକ ସମୟ ବିଳମ୍ବରେ ଟ୍ରେନ ଯାଉଥିଲେ ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ମିଳିପାରିବ । ତେବେ ଶତାବ୍ଦୀ, ରାଜଧାନୀ ଏବଂ ଦୂରନ୍ତୋ ଏକ୍ସପ୍ରେସ ଆଦି ଟ୍ରେନରେ ଯାତାୟତ କରିବା ସମୟରେ ଏହି ସୁବିଧା ପାଇପାରିବେ ଯାତ୍ରୀ । ତେବେ ଏମିତି ପରିସ୍ଥିତିରେ ଆପଣ ଏହାର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.