fbpx

ସାବଧାନ୍ ହୋଇଯାଅ ଏହି ବ୍ଲଡ ଗ୍ରୁପର ଲୋକେ, କରୋନା ଟିକା ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ବଢ଼ିଲା ଆଶଙ୍କା !

ଏକ ନୂଆ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଭାରତରେ ଦିଆଯାଇଥିବା କୋଭିଶିଲ୍ଡ ଟିକା ପରେ ‘O’ ବ୍ଲଡ ଗ୍ରୁପ୍ ଥିବା ଲୋକଙ୍କୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ‘O’ ବ୍ଲଡ ଗ୍ରୁପ୍ ଲୋକଙ୍କଠାରେ ଟିକାକରଣ ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ୪୩% ଥିବାବେଳେ ଅନ୍ୟ ବ୍ଲଡ ଗ୍ରୁପର ଲୋକଙ୍କ ମଧ୍ୟରେ ଏହା ମାତ୍ର ୧୭% ରହିଛି । ଏହି ଅଧ୍ୟୟନ ରୟାଲ ସୋସାଇଟି ଅଫ୍ ମେଡିସିନ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି, ଯେଉଁଥିରେ ୫୨୩ ମସ୍ତିଷ୍କ ଷ୍ଟ୍ରୋକ୍ ରୋଗୀଙ୍କ ତଥ୍ୟ ସାମିଲ ହୋଇଛି ।

ଅଧ୍ୟୟନରେ ୮୨ ଜଣ ରୋଗୀଙ୍କୁ କୋଭିଶିଲ୍ଡ ଟିକା ଲଗାଇବା ପରେ ୨୮ ଦିନ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଟିକା ପରେ ବ୍ରେନ୍ ଷ୍ଟ୍ରୋକର ସାମ୍ନା କରୁଥିବା ରୋଗୀଙ୍କ ମଧ୍ୟରେ ୪୩% ‘O’ ବ୍ଲଡ ଗ୍ରୁପ୍ ଥିବାବେଳେ ଅବଶିଷ୍ଟ ୭୧% ରୋଗୀଙ୍କ ବ୍ଲଡ ଗ୍ରୁପ୍ ‘ଏ’ ଥିଲା । ଅନୁସନ୍ଧାନକାରୀମାନଙ୍କ ମତରେ, ‘O’ ବ୍ଲଡ ଗ୍ରୁପ୍ ଲୋକମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ଅଧିକ, ଯାହା ଟିକାକରଣ ପରେ ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କାକୁ ଆହୁରି ବଢ଼ାଇଥାଏ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ବ୍ରେନ୍ ଷ୍ଟ୍ରୋକ୍ ପାଇଁ ଦାୟୀ କାରଣଗୁଡିକରେ କେବଳ ବ୍ଲଡ ଗ୍ରୁପ୍ ନାହିଁ, ବରଂ ଅନ୍ୟାନ୍ୟ ବିପଦ କାରଣ ମଧ୍ୟ ଏଥିରେ ଜଡିତ ହୋଇପାରେ ।

ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଫେସର ପଙ୍କଜ ଶର୍ମା କହିଛନ୍ତି ଯେ, ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ଏକ ସାଧାରଣ ବ୍ଳଡ ଗ୍ରୁପ୍ ଟେଷ୍ଟ ମାଧ୍ୟମରେ ଜଣାପଡିପାରେ କି କେଉଁମାନଙ୍କୁ କୋଭିଶିଲ୍ଡ ଟିକା ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ । ‘ଓ’ ପଜିଟିଭ୍ ବ୍ଳଡ ଗ୍ରୁପ୍ ଲୋକଙ୍କଠାରେ ଟିକାକରଣ ପରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଢ଼େଇ ଗୁଣ ଅଧିକ । ଏହିପରି ଲୋକଙ୍କୁ ଚିହ୍ନଟ କରିଲେ ଏହି ଟିକା ବ୍ୟବହାର ବିଷୟରେ ସରକାରଙ୍କୁ ଭଲ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିପାରିବ । ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ, ଯେଉଁଠାରେ ଶସ୍ତା ଏବଂ ସହଜରେ ପରିବହନ ଯୋଗ୍ୟ ଟିକା ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରେ ।

ତଥାପି, ଏହି ଅଧ୍ୟୟନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଅଧିକ ଗବେଷଣା ଆବଶ୍ୟକ । ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ -୧୯ ରୋକିବା ପାଇଁ ଟିକାକରଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ ଏବଂ ବ୍ଳଡ ଗ୍ରୁପ୍ ଆଧାରରେ ଟିକାକରଣରୁ ଦୂରେଇ ରହିବା ଠିକ୍ ହେବ ନାହିଁ ।

Get real time updates directly on you device, subscribe now.