fbpx
BSKY SKY
BSKY SKY

କଂଗ୍ରେସ ସଜାଡ଼ିବ ନିଜର ଆର୍ଥିକ ସ୍ଥିତି: ‘ଦେଶ ପାଇଁ ଦାନ’ ନାମରେ ଲୋକଙ୍କୁ ମଗାଯିବ ଚାନ୍ଦା!

BSKY

ନୂଆଦିଲ୍ଲୀ: ‘ଦେଶ ପାଇଁ ଦାନ’ ନାମକ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ୟ୍ୟକ୍ରମ ଘୋଷଣା କରିଛି କଂଗ୍ରେସ ଦଳ । ଡିସେମ୍ବର ୧୮ରୁ ଏହି ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ ହୋଇ ଆରମ୍ଭ କରାଯାଇଛି । ଆସନ୍ତା ୧୮ ତାରିଖରେ ଦିଲ୍ଲୀଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନର ଶୁଭାରମ୍ଭ କରିବେ।

ତେବେ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ ହୋଇ ଏହାକୁ ଆରମ୍ଭ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସମାନସମ୍ବଳ ଓ ସୁଯୋଗ ବଣ୍ଟନ ମାଧ୍ୟମରେ ସମୃଦ୍ଧ ଭାରତ ଗଠନ କରିବା ଏଭଳି କିଛି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଣୁଗୋପାଳ କହିଛନ୍ତି ଯେ, ଆମର ଉଦଘାଟନୀ ଅଭିଯାନ ‘ଡୋନେଟ୍ ଫର ଏ ବେଟର ଇଣ୍ଡିଆ’ ଭାରତୀୟ ଜାତୀୟ କଂଗ୍ରେସର ୧୩୮ ବର୍ଷର ଯାତ୍ରାକୁ ମନେ ପକାଇଛି। ଏହି ୧୩୮ ବର୍ଷକୁ ମନେପକାଇ ୧୩୮ କିମ୍ବା ତାହାର ଗୁଣିତକରେ ଅର୍ଥାତ୍ ୧୩୮୦ ଟଙ୍କା କିମ୍ବା ୧୩,୮୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶି ଦାନ ପାଇଁ ଅନୁରୋଧ କରାଯିବ । ଏହି ଅଭିଯାନ ପାଇଁ କଂଗ୍ରେସ ଏକ ସ୍ୱତନ୍ତ୍ର ୱେବସାଇଟ ତିଆରି କରିଛି । ଏହା ସହ କଂଗ୍ରେସର ଅଫିସିଆଲ ସାଇଟରେ ବି ଦାନ କରିହେବ।

ତେବେ କଂଗ୍ରେସର ଏହି ଘୋଷଣା ପରେ ରାଜନୀତି ମହଲରେ ଅନେକ କିଛି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ସାରା ଦେଶରେ କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ରହିଛି । ଅନ୍ୟପଟେ ଦଳ ଭିତରେ ଅନ୍ତ କନ୍ଦଳ ଭରିଥିବା ବେଳେ ଆର୍ଥିକ ସ୍ଥିତି ବି ଅତି ଶୌଚନୀୟ ହୋଇପଡିଛି । ଫଳରେ କଂଗ୍ରେସକୁ ଲଗାତାର ପରାଜୟ ସାମ୍ନା କରିବାକୁ ପଡୁଛି । ଯାହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି।

Get real time updates directly on you device, subscribe now.