fbpx

ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିଲା ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା ଦେଶରେ ଅରାଜକତା ସୃଷ୍ଟି କରିବା ସହ ସରକାରଙ୍କୁ ସେମାନଙ୍କ ଦାବି ଜଣାଇବାକୁ ଚାହୁଁଥିଲା। ଲଳିତ ଝା ସୁରକ୍ଷା ଉଲ୍ଲଂଘନରେ ସମ୍ପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ମୁଖ୍ୟ ଥିଲା ଏବଂ ସଂସଦ ବାହାରେ ପୂରା ଘଟଣାର ଭିଡିଓ ଉତ୍ତୋଳନ କରୁଥିଲା। ବୁଧବାର ଦିନ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ପରଦିନ ତାକୁ ଗିରଫ କରାଯାଇଥିଲା। ସଂସଦରେ ଘଟିଥିବା ଦୃଶ୍ୟକୁ ସିନ୍ ରିକ୍ରିଏଟ କରିବା ନେଇ ପ୍ରକାଶ କରିଛି ପୋଲିସ।

ସେପଟେ ଗିରଫ ହୋଇଥିବା ଲଳିତ ଝା ପଚରାଉଚରା ବେଳେ କହିଛି ଯେ ସେ ଦିଲ୍ଲୀ-ଜୟପୁର ସୀମା ନିକଟରେ ତାଙ୍କ ଫୋନ୍ ଫିଙ୍ଗି ଦେଇଥିଲେ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଫୋନ୍ ନଷ୍ଟ କରିଥିଲେ। ଏପଟେ ପଟିଆଲା ହାଉସ୍ କୋର୍ଟରେ ପୋଲିସ ଦାବି କରିଛି ଯେ ଲଳିତ ଝା ସ୍ୱୀକାର କରିଛି ଯେ ଅଭିଯୁକ୍ତମାନେ ସଂସଦ ସୁରକ୍ଷା ଉଲ୍ଲଂଘନ କରିବାକୁ ଷଡଯନ୍ତ୍ର କରିବାକୁ ଅନେକ ଥର ସାକ୍ଷାତ କରିଥିଲେ। ଆକ୍ରମଣ ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ଏହା ବ୍ୟତୀତ ଅଭିଯୁକ୍ତର କୌଣସି ଶତ୍ରୁ ଦେଶ ସହ ସମ୍ପୃକ୍ତି ଅଛି କି ନାହିଁ ଓ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ଖୋଜିବା ପାଇଁ ଝାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ।

Get real time updates directly on you device, subscribe now.