fbpx
BSKY SKY
BSKY SKY

(video)ଟିଭିରେ ଚାଲୁଥିଲା ରୋମାଣ୍ଟିକ ସିନ୍‌, ମା’ଆସୁଥିବାର ଦେଖି ଝିଅ ଭୟରେ କରିଦେଲା ଏପରି କିଛି

BSKY

ପିଲାଦିନେ ଆମେ ଯେତେବେଳେ ଟିଭି ଦେଖୁଥିଲୁ ସେତେବେଳେ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଆସିଗଲେ ଆମକୁ ଖରାପ ଲାଗୁଥିଲା ଓ ଆମେ ବାହାନା କରି ସେଠାରୁ ଉଠି ପଳାଇ ଯାଉଥିଲୁ । ଯେତେବେଳେ ଆମେ ଏକାକୀ ଏପରି କିଛି ସିନ୍ ଦେଖୁଥିଲୁ ସେତେବେଳେ ବି ବାପା ମା’ଙ୍କ ଭୟ ରହୁଥିଲା । ଯଦି ଆମେ ବାପା ମା’ଙ୍କ ହାତରେ ଧରା ପଡୁଥିଲୁ ତେବେ ବହୁତ ମାଡ ଖାଉଥିଲୁ ।

ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଯୁବତୀ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଦେଖୁଥିଲେ । ଏହି ସମୟରେ ତାଙ୍କ ମା’ ସେହି ରୁମ୍‌ରେ ଅଚାନକ ପ୍ରବେଶ କରିବାରୁ ଯୁବତୀ ଭୟରେ ଏପରି କିଛି କରିଛନ୍ତି ଯାହାର କଳ୍ପନା ସେ କି ତାଙ୍କ ପରିବାର ଲୋକ କେବେ ବି କରି ନ ଥିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

 

View this post on Instagram

 

A post shared by Kushagar Konark (@kushagrakonark)

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ଟିଭିରେ ରୋମାଣ୍ଟିକ ସିନ୍ ଦେଖୁଛନ୍ତି । ଯୁବତୀଙ୍କ ଭାଇ ଦ୍ୱାର ପାଖରେ ଛିଡା ହୋଇ ପହରା ଦେଉଛନ୍ତି । ଏହି ସମୟରେ ଅନ୍ୟ ଏକ ରୁମ୍‌ରୁ ସେମାନଙ୍କ ମା’ ଚାଲି ଆସୁଛନ୍ତି । ମା’କୁୁ ଆସୁଥିବାର ଦେଖି ପୁଅଟି ଭଉଣୀକୁ ସତର୍କ କରାଇ ଦେଉଛି । ଏହାପରେ ଯୁବତୀ ଫଟାଫଟ୍ ଚ୍ୟାନେଲ ବଦଳାଇବାକୁ ଲାଗିଥିଲେ ବି ରିମୋଟ୍ କାମ କରୁନାହିଁ । ଯୁବତୀ ଭୟ ପାଇ ଯାଉଛନ୍ତି ଓ ରିମୋଟକୁ ଟିଭି ଉପରକୁ ଭୀଷଣ ଜୋରରେ ଫିଙ୍ଗି ଦେଉଛନ୍ତି । ଏହି କାରଣୁ ଟିଭିର କାଚ ଫାଟିଯାଇଥିବାର ଦେଖିବାକୁ ମିଳୁଛି । ଏହା ଦେଖି ଯୁବତୀଙ୍କ ମା’ ବି ଚକିତ ହୋଇଯାଇଛନ୍ତି ।
ଭିଡିଓଟିକୁ ଇନଷ୍ଟାଗ୍ରାମରେ Kushagar Konark ନାମକ ୟୁଜର ସେୟାର କରିଛନ୍ତି । ଲୋକମାନେ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.