fbpx

୧୭ରେ ଦୁଇଟି ଯୋଜନାର ଶୁଭାରମ୍ଭ: ମିଳିବ ପିଏମ ଆବାସର ପ୍ରଥମ କିସ୍ତି ଏବଂ ସୁଭଦ୍ରା ଯୋଜନା ଟଙ୍କା

ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖ ରାଜ୍ୟବାସୀଙ୍କ ପାଇଁ ଖୁସିର ଦିନ। ଗୋଟିଏ ଦିନ ଦୁଇଟି ଯୋଜନାର ଟଙ୍କା ପାଇବେ ହିତାଧିକାରୀ। ୧୭ ତାରିଖରେ ପିଏମ ଆବାସ ଯୋଜନାର ପ୍ରଥମ କିସ୍ତି ଆବେଦନକାରୀଙ୍କୁ ମିଳିବା ବେଳେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ତେବେ ପିଏମ ଆବାସର ପ୍ରଥମ କିସ୍‌ୟି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରୁ ପ୍ରକ୍ରିୟା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି ପିଏମ ଆବାସ ଯୋଜନାର ପ୍ରଥମ କିସ୍ତିରେ ଉପକୃତ ହେବେ ୧୦ ଲକ୍ଷ ହିତାଧିକାରୀ।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଜାରି ହୋଇଛି। ୧୭ ତାରିଖରେ ବ୍ୟାଙ୍କ ଆକାଉଣ୍ଟ ଯିବ। ୧୫ ତାରିଖ ଯାଏଁ କରିଥିବା ଆବେଦନକାରିଙ୍କୁ ମିଳିବ ଟଙ୍କା। ଏହି ସୁଭଦ୍ରା ଯୋଜନାରେ ୫୦ ଲକ୍ଷ ମହିଳା ଆବେଦନ କରିସାରିଲେଣି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମିଳିନାହିଁ।

ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବାନୁଯାୟୀ, କାଲିଠୁ ସୁଭଦ୍ରା ସ୍ୱାଗତ ପଦଯାତ୍ର ଆରମ୍ଭ ହେବ। ଦଶ ହଜାର ପଦଯାତ୍ର ହେବ। ରାଜଧାନୀରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ପଦଯାତ୍ରା। ପ୍ରତି ପଞ୍ଚାୟତରେ ଜିପିଏସଏଫଙ୍କ ନେତୃତ୍ୱରେ ହେବ। ଏସଏଚଜି ମା’ ମାନେ ମଦ୍ୟ ଗାଁ ଗାଁ ରେ ସାମିଲ ହେବେ।

Get real time updates directly on you device, subscribe now.