fbpx

ଉତ୍ତରପ୍ରଦେଶରେ ୪ଟି ପ୍ଲାଣ୍ଟ ସ୍ଥାପନ କରିବ Pepsico: ମିଳିବ ଏତିକି ଲୋକଙ୍କୁ ଚାକିରି ସୁଯୋଗ!

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୁରଭାନଚାଲ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଶିଳ୍ପ ବିକାଶରେ ଯୋଗ ଦେଇ ଯୋଗୀ ସରକାର ଏହାର ନିବେଶ ପ୍ରୋତ୍ସାହନ ଏଜେନ୍ସି ‘ଇନଭେଷ୍ଟ ୟୁପି’ (Invest UP) ମାଧ୍ୟମରେ ଆମେଠୀ, ପ୍ରୟାଗରାଜ, ଚିତ୍ରକୁଟ ଏବଂ ଗୋରଖପୁରରେ ପୁଞ୍ଜି ବିନିଯୋଗ କରିବାରେ ସକ୍ଷମ ହୋଇଛନ୍ତି। ବହୁରାଷ୍ଟ୍ରୀୟ କମ୍ପାନୀ ପେପସିକୋ (Pepsico)ର ଅଖିଳ ଭାରତୀୟ ଫ୍ରେଞ୍ଚାଇଜ୍ ,ବରୁନ୍ ବେଭରେଜ୍ ଲିମିଟେଡ୍ (Varun Beverages Ltd)କୁ ଗୋରାଖପୁର ବ୍ୟତୀତ ଆମେଠୀ,ପ୍ରୟାଗରାଜ ଏବଂ ଚିତ୍ରକୋଟରେ କାର୍ବୋନେଟେଡ୍ ମୃଦୁ ପାନୀୟ, ଫଳ କିମ୍ବା ରସ ଭିତ୍ତିକ ପାନୀୟ ଉତ୍ପାଦନ ପାଇଁ ମେଗା ପ୍ରୋଜେକ୍ଟ ବର୍ଗରେ ସ୍ଥାପିତ ହୋଇଛି। ୟୁନିଟ୍ ସେଟ୍ ଅପ୍ ପାଇଁ ଫାଷ୍ଟ-ଟ୍ରାକ୍ ମୋଡ୍ ମାଧ୍ୟମରେ ଭୂମି ଆବଣ୍ଟିତ କରାଯାଇଛି । ତେବେ ଏହି ୪ ଟି ପ୍ଲାଣ୍ଟରେ ମୋଟ ୩,୭୪୦ କୋଟି ଟଙ୍କା ବିନିଯୋଗ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏହି ପ୍ରକଳ୍ପ ବା କମ୍ପାନୀ ଆରମ୍ଭ ହେବା ପରେ ପ୍ରାୟ ୬୦୦୦ ଲୋକ ସିଧାସଳଖ ଭାବରେ ନିଯୁକ୍ତି ପାଇ ପାରିବେ । ଏତତ୍ ବ୍ୟତୀତ ଅନ୍ୟ ହଜାର ହଜାର ଲୋକଙ୍କ ପାଇଁ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାହାକି ଦେଶରେ ଥିବା ବେକାରି ସମସ୍ୟାକୁ କିଛି ମାତ୍ରାରେ ଦୂର କରି ପାରିବ ।

ଇନଭେଷ୍ଟ ୟୁପି (Invest UP)ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ, ଅଭିଷେକ ପ୍ରକାଶ ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏବଂ ଶିଳ୍ପ ବିକାଶ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଫାଷ୍ଟ-ଟ୍ରାକ୍ ଜମି ଆବଣ୍ଟନ ଏବଂ ମେଗା ପ୍ରକଳ୍ପର ପ୍ରୋତ୍ସାହନ ନୀତି ପ୍ରମାଣିତ ହୋଇଛି। ସେହିପରି ଆଗାମୀ ପ୍ରକଳ୍ପର ସବିଶେଷ ତଥ୍ୟ ପ୍ରଦାନ କରି ଅତିରିକ୍ତ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଥମେଶ କୁମାର ସୂଚନା ଦେଇଛନ୍ତି ଯେ ଫାଷ୍ଟ ଟ୍ରାକ୍ ମୋଡ୍ ମାଧ୍ୟମରେ ଗୋରଖପୁର ଶିଳ୍ପ ବିକାଶ ପ୍ରାଧିକରଣ ଅଞ୍ଚଳର ନରଖତା ଗ୍ରାମରେ ବରୁନ୍ ବେଭରେଜ୍ ଲିମିଟେଡକୁ ୪୫ ଏକର ଜମି ବଣ୍ଟନ କରାଯାଇଛି। ତେବେ ଏଠାରେ ନିର୍ମଣ ହେବାକୁ ଥିବା ପ୍ଲାଣ୍ଟ ପାଇଁ ୧୦୭୧.୨୮ କୋଟି ଟଙ୍କା ବିନିଯୋଗ ସହିତ ପ୍ଲାଣ୍ଟରେ ପ୍ରାୟ ୧,୫୦୦ ଲୋକଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ବିଷୟରେ କମ୍ପାନୀ ଆଲୋଚନା କରିଛି।

ଏହା ବ୍ୟତୀତ ଚିତ୍ରକୋଟ, ଆମେଠୀ ଏବଂ ପ୍ରୟାଗରାଜରେ ମଧ୍ୟ ଜମି ଆବଣ୍ଟନ କରାଯାଇଛି। ଚିତ୍ରକୋଟର ବରଗଡ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୬୮.୬ ଏକର ଜମି ଆବଣ୍ଟନ ସହିତ ସେଠାରେ ପ୍ଲାଣ୍ଟ ନିର୍ମାଣ ପାଇଁ ବରୁନ୍ ବେଭରେଜ୍ ଲିମିଟେଡ୍ ୪୯୬.୫୭ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ଦେଇଛି, ଯେଉଁଥିରେ ପ୍ରାୟ ୧୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ ବୋଲି ଆକଳନ କରାଯାଇଛି। ପ୍ରୟାଗର ସରସ୍ୱତୀ ହାଇ ଟେକ୍ ସିଟି ନୈନି ରେ କମ୍ପାନୀକୁ ପ୍ରାୟ ୨୪.୭ ଏକର ଜମି ଆବଣ୍ଟନ କରାଯାଇଛି। ଯେଉଁଥିପାଇଁ ୧୦୫୨.୫୭ କୋଟି ଟଙ୍କା ବିନିଯୋଗ ସହିତ ଏଠାରେ ଏକ କାରଖାନା ସ୍ଥାପନ କରିବାକୁ ନିବେଶକ ପ୍ରସ୍ତାବ ଦେଇଛନ୍ତି । ଯାହା ୧,୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି। ତେବେ ଆମେଠୀ ର ତ୍ରିସୁଣ୍ଡି ଶିଳ୍ପାଞ୍ଚଳରେ ମଧ୍ୟ ୨୬.୧ ଏକର ଜମି ଆବଣ୍ଟନ କରାଯାଇଛି, ଯେଉଁଠାରେ ପ୍ରସ୍ତାବିତ ବିନିଯୋଗ ହେଉଛି ୧୧୧୯.୫୯ କୋଟି ଟଙ୍କା ଏବଂ ୧୬୫୦ ଲୋକଙ୍କୁ ନିଯୁକ୍ତି ଯୋଗାଇବାର ସମ୍ଭାବନା ରହିଛି। ଉକ୍ତ କାର୍ବୋନେଟେଡ୍ ମୃଦୁ ପାନୀୟ ଏବଂ ଫଳ ଭିତ୍ତିକ ପାନୀୟ କାରଖାନା ସ୍ଥାପନ ପାଇଁ ପର୍ୟ୍ୟାୟକ୍ରମେ ଅତିରିକ୍ତ ଜମି ବଣ୍ଟନ କରାଯିବ ।

Get real time updates directly on you device, subscribe now.