fbpx
BJD SKY
BJD SKY

ଅତି ସହଜରେ ନିଜ Crushର ହୃଦୟ ଜିତିପାରିବେ ଆପଣ: କରନ୍ତୁ ଏହି ୩ଟି କାମ

BJD

ଆମେ ନିଜ ଜୀବନରେ କାହାକୁ ନା କାହାକୁ ହୃଦୟର ସହ ଚାହୁଁ । କିନ୍ତୁ ନିଜ ମନର କଥା କହିବାକୁ ଡରୁ । ଯଦି ଆପଣ ମନେ ମନେ ସବୁବେଳେ କାହା କଥା ଭାବୁଛନ୍ତି, ତେବେ ଆପଣ ତାଙ୍କୁ ଭଲ ପାଉଛନ୍ତି । ପରେ ତାଙ୍କ ଭାବନରେ ରହିବା ଓ କୌଣସି କାମରେ ମନ ନଲାଗିବା ଆଦି ସାଧାରଣ କଥା । ନିଜ କ୍ରସକୁ ପଟେଇବା ବହୁତ କଷ୍ଟ, କାହିଁକି ନା ‘କାଳେ ସେ ରାଜି ଯିବ କି ’ ବୋଲି ମନରେ ସବୁବେଳେ ଡର ରହିଥାଏ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ, ଯାହା ମାଧ୍ୟମରେ ଆପଣ ନିଜ କ୍ରସକୁ ଇମ୍ପ୍ରେସ କରିପାରିବେ…

୧-ପ୍ରଥମେ ବନ୍ଧୁ ହୁଅନ୍ତୁ
ଆପଣ ପ୍ରଥମେ ତାଙ୍କର ଭଲ ବନ୍ଧୁଟିଏ ହେବାକୁ ଚେଷ୍ଟା କରନ୍ତୁ , ଏହା ପରେ ଯାଇ ଆପଣ ତାଙ୍କୁ ନିଜର ଲଭର କରିପାରିବେ । କାହିଁକି ନା ଅଧିକାଂଶ ପ୍ରେମର ଆରମ୍ଭ ବନ୍ଧୁତାରୁ ହୋଇଥାଏ । ଯେତେବେଳେ ପର୍ଯ୍ୟନ୍ତ ଆପଣ ତାଙ୍କର ଭଲ ବନ୍ଧୁଟିଏ ହୋଇନାହାନ୍ତି, ସେବେ ତାଙ୍କ ଲଭର ହେବା କଷ୍ଟକର । ଏଥିପାଇଁ ପ୍ରଥମେ ତାଙ୍କ ଆଡକୁ ବନ୍ଧୁତାର ହାତ ବଢ଼ାନ୍ତୁ । ପୁଅ ହୁଅନ୍ତୁ ବା ଝିଅ, ବନ୍ଧୁତାର ହାତ ଯେକେହିବି ବଢ଼ାଇ ପାରିବ । କାରଣ ପ୍ରଥମେ ଆପଣ , ପ୍ରଥମେ ଆପଣ କରି କରି ଆପଣ ସଚୁଯୋଗ ହାତଛଡ଼ା କରିଦେବେ ।

୨- ନିଜ ଜୀବନରେ ତାଙ୍କର ମହତ୍ତ୍ୱ କେତେ କୁହନ୍ତୁ
ଆପଣଙ୍କୁ ଯେବେ ବି ସମୟ ମିଳେ, କଥା ହେବାକୁ ସଙ୍କୋଚ କରନ୍ତୁ ନାହିଁ କି ଆପଣଙ୍କଚ ଜୀବନରେ ତାଙ୍କର କେତେ ମହତ୍ତ୍ୱ ରହିଛି । ତାଙ୍କୁ ଏହା ଅନୁଭବ କରାଇବା ଆବଶ୍ୟକ । ଆପଣ କାମରେ ବି ଏହାକୁ କରାଇ ଦେଖାଇପାରିବେ । ଆପଣ ତାଙ୍କ କେୟାର କରିବେ ଓ କୌଣସି ସମସ୍ୟାରୁ ବର୍ତ୍ତିବାର ବାଟ କହିବେ । ଯଦି ଆପଣ ଲଗାତାର ଏପରି କରିବେ, ତେବେ ତାଙ୍କ ମନରେ ବି ଆପଣଙ୍କ ପାଇଁ ଭଲପାଇବା ଆରମ୍ଭ ହେବ ।

୩-ମିଛର ସାହାଯ୍ୟ ନିଅନ୍ତୁ ନାହିଁ
ଆପଣଙ୍କୁ ତାଙ୍କ ହୃଦୟ ଜିତିବାକୁ କେତେ ଦିନ ଲାଗୁ ନା କାହିଁକି, କିନ୍ତୁ ଦେଖେଇହେବା ଠାରୁ ଦୂରରେ ରହିବା ବେଷ୍ଟ ଅପସନ୍ । କାହିଁକି ନା ଯଦି ଆପଣ ମିଛର ସାହାରା ନିଅନ୍ତି, ତେବେ ଦିନେ ନା ଦିନେ ସତ ସାମ୍ନାକୁ ଆସିବ । ଏଥିପାଇଁ ସମସ୍ତ କାମ ବିଶ୍ୱାସର ସହ କରନ୍ତୁ । ହୋଇପାରେ ତମ ସତ ତାଙ୍କୁ ପସନ୍ଦ ଆସିପାରେ ଓ ସେ ଆପଣଙ୍କୁ ନିଜର କରିବାକୁ ରାଜି ହୋଇପାରନ୍ତି ।

Get real time updates directly on you device, subscribe now.