fbpx

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

AAKASH

କଟକ: କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି । କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି । ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାଯାଇଛି ।

ବୁଧବାର ରାତିରେ ଖାନନଗର ପଟୁ ଆସୁଥିବା ସ୍କୁଟି ଚାଳକଙ୍କୁ ବୀପରିତ ଦିଗରୁ ଆସୁଥିବା ମେୟରଙ୍କ କାର୍ ଧକ୍କା ଦେଇଥିଲା । ଫଳରେ ଯୁବକଙ୍କ ଜଣଙ୍କ ତଳେ ପଡ଼ି ଯାଇଥିଲେ। ତାଙ୍କ ଦେହରୁ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣା ପରେ ମେୟର ଗାଡ଼ିରୁ ଓହ୍ଲାଇ ଅଟୋ ଯୋଗେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇ ପଡିଛି । ତେବେ ଆହତ ଯୁବକଙ୍କ ପରିଚୟ ମିଳିନାହିଁ ।

Get real time updates directly on you device, subscribe now.