fbpx

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ବ୍ୟକ୍ତି କୋଭିଡ୍ ପଜିଟିଭ୍, ଆଇସୋଲେସନକୁ ପଠାଇଲେ ଅଧିକାରୀ; ଓମିକ୍ରୋନକୁ ନେଇ ଆଲର୍ଟ ଜାରି

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନର ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱକୁ ଭୟରେ ପକାଇଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ପ୍ରଭାବଶାଳୀ । ତେବେ ଭାରତ ସରକାର ଏହି ଭାରିଆଣ୍ଟ ବ୍ୟାପିବା ଆଗରୁ ସତର୍କ ରହିବାକୁ କହିଛନ୍ତି । ତେବେ ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହେଲେ ଉକ୍ତ ବ୍ୟକ୍ତି ଠାରେ ଓମିକ୍ରୋନ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ଉକ୍ତ ବ୍ୟକ୍ତି ଜଣକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ ମହାରାଷ୍ଟ୍ରରେ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସେ ଆଇସୋଲେସନ୍ ରେ ରହିଛନ୍ତି । କଲ୍ୟାଣ-ଡୋମ୍ବିଲି ମ୍ୟୁନିସିପାଲ୍ କର୍ପୋରେସନ୍ (କେଡିଏମସି) ର ଅଧିକାରୀ କହିଛନ୍ତି ଯେ, ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରୁ ଠାଣେ ଜିଲ୍ଲାକୁ ଫେରିଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ଠାରେ ଓମିକ୍ରୋନ୍ ଚିହ୍ନଟ ହୋଇନାହିଁ ।

Get real time updates directly on you device, subscribe now.