fbpx

ଆଜିଠାରୁ MBBS ଓ BDS ନାମଲେଖା ପାଇଁ କାଉନସେଲିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଡାକ୍ତରୀ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ ଓ ବିଡିଏସରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କାଉନସେଲିଂ ହେବ । ସରକାରୀ ଓ ହାଇଟେକ୍ ମେଡିକାଲ କଲେଜରେ କାଉନସେଲିଂ ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ଏଥିରେ ସାମିଲ ହୋଇପାରିବେ । ଏନେଇ ସବିଶେଷ ତଥ୍ୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ http://www.ojee.nic.in  / http://www.odishajee.com ୱେବସାଇଟ୍ ପରିଦର୍ଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଜିଠାରୁ କାଉନସେଲିଂ ଆରମ୍ଭ ହେବା ନେଇ ଗତ ୨୫ ତାରିଖରେ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚଳିତ ମାସ ପ୍ରଥମ ସପ୍ତାହରେ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍) ରେଜଲ୍ଟ ପ୍ରକାଶ ପାଇଥିଲା । ନିଟରେ ରାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀମାନେ ୱେବସାଇଟ ଲଗ୍ ଇନ୍ କରି କାର୍ଯ୍ୟସୂଚୀ ଦେଖିବାକୁ ଓଜେଇଇ ପକ୍ଷରୁ କୁହାଯାଇଛି । ଏହି କାଉନସେଲିଂ ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ ହେବ । ଏସସିବି ଭେଷଜ ମହାବିଦ୍ୟାଳୟ, ଏମକେସିଜି ଭେଷଜ ମହାବିଦ୍ୟାଳୟ, ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, ପଣ୍ଡିତ ଣଘୁନାଥ ମୁର୍ମୁ ଭେଷକ ମହାବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ, ଫକିର ମୋହନ ଭେଷଜ ମହାବିଦ୍ୟାଳୟ, ସନ୍ଥ ଭୀମଭୋଇ ଭେଷଜ ମହାବିଦ୍ୟାଳୟ, ହାଇଟେକ ଭୁବନେଶ୍ୱର ଓ ରାଉରରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ୍ ନାମଲେଖା ହେବ । ସେହିପରି ବିଡିଏସ ପାଇଁ ଏସବିବି ଦନ୍ତ ଚିକିତ୍ସାଳୟ ମହାବିଦ୍ୟାଳୟ ଓ ଭୁବନେଶ୍ୱର ହାଇଟେକ ଦନ୍ତ ଚିକିତ୍ସାଳୟ ମହାବିଦ୍ୟାଳୟରେ ନାମଲେଖା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.