fbpx
BJD SKY
BJD SKY

ଗେଲ୍‌ଙ୍କ ପାଇଁ ବିଦାୟକାଳୀନ ମ୍ୟାଚ୍‌ ଆୟୋଜନ କରିବ ୱେଷ୍ଟଇଣ୍ଡିଜ, ଜନ୍ମମାଟିରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍

BJD

ଜାମାଇକା: ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ଓପନିଂ ବ୍ୟାଟର କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିବା ସମୟ ଆସି ଯାଇଛି । ନିକଟରେ ୱେଷ୍ଟଇଣ୍ଡିଜର ଅନ୍ୟତମ ପ୍ରଖ୍ୟାତ ଅଲରାଉଣ୍ଡର ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଅବସର ଗ୍ରହଣ କରିଥିଲେ । ସେହି ସମୟରେ କେଲ୍‌ ଅବସର ନେବେ ବୋଲି କଳ୍ପନା ଜଳ୍ପନା ଚାଲିଥିଲା । ମାତ୍ର ଗେଲ କହିଥିଲେ ଯେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇବା ସମୟ ଆସିଲେ ମୁଁ ଏହି ନିଷ୍ପତ୍ତି ନେବି । ତେବେ ଅନ୍ତର୍ଜାତୀୟ ଜୀବନର ଅନ୍ତିମ ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଖେଳିବା ଲକ୍ଷ୍ୟ ରଖିଛି । ତେଣୁ ୪୨ ବର୍ଷୀୟ ଗେଲ୍‌ଙ୍କ ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ତାଙ୍କର ଜନ୍ମ ସ୍ଥାନ ଜାମାଇକାରେ ଏକ ବିଦାୟୀ କାଳୀନ ମ୍ୟାଚ ଆୟୋଜନ କରିବା ଯୋଜନା କରିଛି ।

ଆସନ୍ତା ଜାନୁୟାରାୀ ମାସରେ ଆୟାର୍ଲାଣ୍ଡ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ତେଣୁ ଜାମାଇକାର ସାବିନାଳ ପାର୍କ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ଓ ଆୟାର୍ଲାଣ୍ଡ ମଧ୍ୟରେ ଏକ ଟି-୨୦ ମ୍ୟାଚ ଆୟୋଜନ କରାଯିବ ବୋଲି କାରବିୟାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ହେବ ଗେଲଙ୍କ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ । ତେବେ ଏହି ପ୍ରସ୍ତାବ ନେଇ ଆଲେଚନା ଚାଲିଛି । କାରଣ ଗେଲ୍‌ଙ୍କ ପରି ଜଣେ ମହାନ ଖେଳାଳିଙ୍କୁ ସମ୍ମାନର ସହିତ ବିଦାୟ ଦେବାକୁ ପଡିବ । ଆଗାମୀ ସମୟରେ ଏହି ମ୍ୟାଚର ତାରିଖ ଚୂଡାନ୍ତ କରାଯିବ । ତେଣୁ ଏହି ମ୍ୟାଚ ଉପଭୋଗ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ କ୍ରିକେଟ ପ୍ରେମୀଙ୍କୁ ଅନୁମତି ଦେଲେ ପ୍ରସ୍ତାବିତ ଏହି ମ୍ୟାଚରେ ସ୍ଥାନୀୟ ଦର୍ଶକ ଗେଲ୍‌ଙ୍କୁ ସମ୍ମାନର ସହିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜଣାଇବା ସୁଯୋଗ ପାଇବେ ।

Get real time updates directly on you device, subscribe now.