fbpx

‘Omicron’ରେ ୩୦ରୁ ଅଧିକ ମ୍ୟୁଟେସନ୍, ଟିକାର ପ୍ରଭାବଶୀଳତାକୁ କରିପାରେ କମ୍: ଡା. ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ କୁ ନେଇ ବିଶ୍ୱବ୍ୟାପୀ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଅନ୍ୟ ଦେଶ ଗୁଡ଼ିକ ପରି ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଏହି ନୂତନ ଭାରିଆଣ୍ଟକୁ ନେଇ ଗମ୍ଭୀରତାର ସହିତ କାମ କରୁଛନ୍ତି । କାରଣ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ଭାରତୀୟ ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ କରୋନାର ଏହି ନୂତନ ଭାରିଆଣ୍ଟ କେତେ ସଂକ୍ରାମକ ସେନେଇ ଏମ୍ସର ଡାଇରେକ୍ଟର୍ ଡା. ରଣଦୀପ ଗୁଲେରିୟା ମତ ପ୍ରକାଶ କରିଛନ୍ତି ।

ଡା. ଗୁଲେରିୟା କହିଛନ୍ତି ଯେ, କରୋନା ଭୁତାଣୁର ନୂତନ ଓମିକ୍ରୋନ୍ ଭାରିଆଣ୍ଟରେ ତାର ସ୍ପାଇକ୍ ପ୍ରୋଟିନ୍ ରେ ୩୦ରୁ ଅଧିକ ପରିବର୍ତ୍ତନ ହୋଇଛି, ଯାହାଦ୍ୱାରା ଏହାକୁ ଇମ୍ୟୁନୋସ୍କୋପ୍ ତନ୍ତ୍ର ବିକଶିତ କରିବା ପାଇଁ କ୍ଷମତା ମିଳୁଛି । ଏହି କାରଣରୁ ନୂତନ ଭାରିଆଣ୍ଟ ବିରୋଧରେ କରୋନା ଭାକସିନ୍ ପ୍ରଭାବକାରିତାକୁ ମୁଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ।

ସ୍ପାଇକ୍ ପ୍ରୋଟିନର ଉପସ୍ଥିତି କୌଣସି ମାନବ ଶରୀରର କୋଷରେ ଭୁତାଣୁର ପ୍ରବେଶକୁ ସହଜ କରିଥାଏ । ଯାହା ଫଳରେ ଟିକା ନେବା ପରେ ବି ସଂକ୍ରମିତ ହେବାର ଆଶଙ୍କା ଏହି ନୂତନ ଭାରିଆଣ୍ଟ କ୍ଷେତ୍ରରେ ଅଧିକ ରହିଛି । ଏହି ନୂତନ ଭାରିଆଣ୍ଟକୁ ନେଇ ଡା. ଗୁଲେରିୟା ଆଗକୁ କହିଛନ୍ତି ଯେ, କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ ରେ ସ୍କାଇକ୍ ପ୍ରୋଟିନ୍ ୩୦ରୁ ଅଧିକ ରହିଛି । ତେଣୁ ଏହି ସ୍ପାଇକ୍ ପ୍ରୋଟିନରେ ଏତେ ପରିମାଣରେ ପରିବର୍ତ୍ତନଶୀଳତା ଯୋଗୁଁ ଆଣ୍ଟିବଡି ତିଆରି କରୁଥିବା ଅଧିକାଂଶ ଟିକାର ପ୍ରଭାବ ଏହି ନୂତନ ଭାରିଆଣ୍ଟ ବିରୋଧରେ କମିଯାଇପାରେ ।

ଏହି ପରିପ୍ରେକ୍ଷୀରେ ଭାରତରେ ବ୍ୟବହାର କରାଯାଉଥିବା ଭାକସିନ୍ ର ପ୍ରଭାବଶୀଳତାର ଗମ୍ଭୀର ରୂପରେ ମୁଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଏହି ଆଧାରରେ ଭାକିସନ୍ କୁ ଆହୁରି ପ୍ରଭାବଶାଳୀ କରାଯାଇପାରିବ ।

Get real time updates directly on you device, subscribe now.