fbpx

ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା ମୃତଦେହ

କରଞ୍ଜିଆ (ଭାସ୍କର ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟଘ୍ର ପ୍ରକଳ୍ପ ତଥା ଏସିଆର ଦୂତୀୟ ଜୈବ ମଣ୍ଡଳ ।ଏହି ଜୈବ ମଣ୍ଡଳରେ ଘଟିଛି ଏକ ଅଭାବନୀୟ ଘଟଣା । ପାହାଡ଼ରୁ ଖସି ଏକ ମାଇ ହାତୀର ମୃତ୍ୟୁ ଘଟିଛି । ବାଘ ଗଣନାରେ ନିୟୋଜିତ ଥିବା ବନ କର୍ମଚାରୀମାନେ ଏହି ମୃତ ହାତୀଟିକୁ ଠାବ କରିଥିଲେ । ହାତୀଟି ବର୍ଷା କାଦୁଅରେ ଯାଉଥିବା ସମୟର ପାହାଡ଼ରୁ ତିରିଶ ଫୁଟ ଉଚ୍ଚତାରୁ ଖସି ମୃତ୍ୟୁ ବରଣ କରିଥିବା ସନ୍ଦେହ କରୁଛି ବନ ବିଭାଗ । ତେବେ ହାତୀଟି ତିନି ଚାରି ଦିନ ପୂର୍ବରୁ ପାହାଡ଼ରୁ ଖସି ମରି ଏକ ଗଛରେ ଝୁଲୁଥିବା ଠାବ କରିଛି ବନ ବିଭାଗ । ହାତୀର ବୟସ ଚାଳିଶ ହେବ ଏବଂ ହାତୀଟି ମାଇଥିବା ଜଣା ପଡ଼ିଛି । ହାତୀଟିକୁ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ବୋଲି ବନ ବିଭାଗ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.