fbpx

ଆସନ୍ତା ୧ ତାରିଖରୁ ବଦଳିଯିବ Aadhaar, UAN, Credit Card, Bank, LPG ନିୟମ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ । ତେବେ ଆସନ୍ତ ମାସ ପହିଲାରୁ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଜନତାଙ୍କ ପାଇଁ ଏହି ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଏହା ଆମର ଦୈନନ୍ଦିନ ଜୀବନର ଅନେକ ସେବା ସହିତ ଜଡ଼ିତ ରହିଛି ।

୧- ନଭେମ୍ବର ୩୦ ସୁଦ୍ଧା ଜନସାଧାରଣଙ୍କୁ ଆଧାର କାର୍ଡ ସହ ୟୁନିଭରସାଲ ଆକାଉଣ୍ଟ ନମ୍ବର (ୟୁଏଏସ)କୁ ଲିଙ୍କ କରିବାକୁ ପଡ଼ିବ । ନଚେତ ଡିସେମ୍ବର ୧ରୁ ଉପଭୋକ୍ତାଙ୍କ ଖାତାକୁ କମ୍ପାନୀ ତରଫରୁ ଆସୁଥିବା ଅର୍ଥକୁ ବ୍ଲକ କରାଯିବ । ଏଥିସହ ଆଧାର କାର୍ଡ ସହ ଲିଙ୍କ କରାନଗଲେ ଇପିଏଫ୍ ଖାତାରୁ ଟଙ୍କା ଉଠାଇବାରେ ସମସ୍ୟା ଉପୁଯିବ ।

୨- ଦେଶର ଦ୍ୱିତୀୟ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସେଭିଙ୍ଗସ ଆକାଉଣ୍ଟ ସୁଧ ହାରକୁ ହ୍ରାସ କରିଛି । ଡିସେମ୍ବର ୧ରୁ ନୂଆ ଦର ଲାଗୁ ହୋଇ ବାର୍ଷିକ ୨.୯%ରୁ ହ୍ରାସ ପାଇଏଣିକି ୨.୮% ହେବ ବୋଲି ବ୍ୟାଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ।

୩- ୧୪ ବର୍ଷ ପରେ ଦିଆସିଲିର ଦାମ ଦୁଇଗୁଣା ବଢ଼ିବାକୁ ଯାଉଛି । ଡିସେମ୍ବର ୧ରୁ ଗୋଟିଏ ଦିଆସିଲି ପ୍ୟାକେଟର ଦାମ୍ ୨ ଟଙ୍କା ହୋଇଯିବ, ଯାହାକି ପୂର୍ବରୁ ୧ ଟଙ୍କା ଥିଲା । ଶେଷ ଥର ପାଇଁ ଗତ ୨୦୦୭ ମସିହାରେ ଏହାର ଦାମ୍ ୫୦ ପଇସାରୁ ବୃଦ୍ଧି ପାଇଁ ୧ ଟଙ୍କା ହୋଇଥିଲା ।

୪- ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ସାଧାରଣତଃ ମାସର ୧ ତାରିଖରୁ ଏଲପିଜି ସିଲିଣ୍ଡରର ଦାମ୍ ସମୀକ୍ଷା କରିଥାନ୍ତି । ତେବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି ।

୫- ଆସନ୍ତା ୧ ତାରିଖରୁ ଏସବିଆଇ କ୍ରେଡିଟ୍ କାର୍ଡ ଉପଭୋକ୍ତାଙ୍କୁ କାର୍ଡ ଜରିଆରେ ପ୍ରତ୍ୟେକ କ୍ରୟ ଉପରେ ୯୯ ଟଙ୍କା ଓ ପୃଥକ୍ ଭାବେ ଟିକସ ଦେବା ପଡ଼ିବ । ଡିସେମ୍ବର ୧ରୁ ସମସ୍ତ ମର୍ଚ୍ଚାଣ୍ଟ ଇଏମଆଇ ନେଣଦେଣ ଉପରେ ୯୯ ଟଙ୍କାର ପ୍ରୋସେସିଂ ଚାର୍ଜ ଓ ଟିକସ ଦେବାକୁ ପଡ଼ିବ । ଏସବିଆଇ କ୍ରେଡିଟ୍ କାର୍ଡ ତରଫରୁ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ କରାଯାଇଛି ।

Get real time updates directly on you device, subscribe now.