fbpx

ଏୟାରଟେଲ୍ ପରେ Jio ଦେଲା ମହଙ୍ଗା ଝଟକା, ୨୧ ପ୍ରତିଶତ ବଢ଼ିଲା ପ୍ରିପେଡ୍ ପ୍ଲାନ୍ସ

ନୂଆଦିଲ୍ଲୀ: ଏୟାରଟେଲ୍ ଓ ଭିଆଇ ପରେ ରିଲାଏନ୍ସ ଜିଓ ମଧ୍ୟ ମହଙ୍ଗା ମାଡ଼ର ଝଟକା ଗ୍ରାହକଙ୍କୁ ଦେଇଛି । ଏବେ ଜିଓ ପକ୍ଷରୁ ପ୍ରିପେଡ୍ ପ୍ଲାନ୍ସ ମହଙ୍ଗା କରିବା ନେଇ ଘୋଶଣା କରାଯାଇଛି । ଏବେ ପ୍ରିପେଡ୍ ପ୍ଲାନ୍ସ ଗୁଡ଼ିକର ନୂତନ ମୁଲ୍ୟ ସାମନାକୁ ଆସିଛି । ରିଲାଏନ୍ସ ଜିଓର ଏହି ନୂତନ ମୁଲ୍ୟ ସବୁ ଡିସେମ୍ବର ୧ ତାରିଖରୁ ଲାଗୁ ହେବ । ନୂତନ ଦର ଲାଗୁ ହେବା ପରେ ଗ୍ରାହକ ପ୍ରିପେଡ୍ ପ୍ଲାନ୍ ପାଇଁ ପାଖାପାଖି ୫୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

କମ୍ପାନି ଅନଲିମିଟେଡ୍ ପ୍ଲାନ୍ ର ଦାମ୍ ମଧ୍ୟ ବଢ଼ାଇ ଦେଇଛି । ଏହି ପ୍ଲାନ୍ ସବୁର ଦାମ୍ ଏବେ ଠାରୁ ୯୧ ଟଙ୍କାରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଏହାର ଦାମ୍ ୭୫ ଟଙ୍କା ଥିଲା । ସବୁଠାରୁ କମ୍ ଦାମ୍ ର ଅନଲିମିଟେଡ୍ ପ୍ଲାନ୍ ର ଦାମ୍ ଡିସେମ୍ବର ମାସରୁ ୧୫୫ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ଏହି ପ୍ଲାନ୍ ର ମୁଲ୍ୟ ୧୨୯ ଟଙ୍କା ଥିଲା । ଡିସେମ୍ବର ମାସରୁ ଜିଓ ଗ୍ରାହକ ମାନେ ମଧ୍ୟ ଅଧିକ ଟଙ୍କା ଦେଇ ରିଚାର୍ଜ କରିବେ ।

ସେହିପରି ଗ୍ରାହକ ମାନେ ୧୪୯ ଟଙ୍କାର ପ୍ଲାନ୍ କୁ ଏବେ ଠାରୁ ୧୭୯ ଟଙ୍କା ପାଇବେ । ୧୯୯ ଟଙ୍କାର ପ୍ଲାନ୍ ର ଦାମ୍ ବଢ଼ି ୨୩୯ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ୨୩୯ ଟଙ୍କାର ପ୍ଲାନ୍ ରେ ୧.୫ ଜିବି ଦୈନିକ ଡାଟା ୨୮ ଦିନ ପାଇଁ ମିଳିବ । କମ୍ପାନୀ ର ପପୁଲାର୍ ୨୪୯ ପ୍ଲାନ୍ ବୃଦ୍ଧ ପାଇ ୨୯୯ ହୋଇଯାଇଛି । ଏଥିରେ ୨ ଜିବି ପର୍ଯ୍ୟନ୍ତ ଡାଟା ଉପଲବ୍ଧ ହେବ ।

Get real time updates directly on you device, subscribe now.