fbpx

ପର୍ସନାଲ ଲୋନ ଓ କ୍ରେଡ଼ିଟ କାର୍ଡ ଲୋନ ମିଳିବା ହେଲା କଷ୍ଟକର, RBI ବଦଳାଇଲା ନିୟମ

ନୁଆଦିଲ୍ଲୀ : ଆଗାମୀ ଦିନରେ ଆପଣ ଯଦି ପର୍ସନାଲ ଲୋନ ବା କ୍ରେଡ଼ିଟ ନେବାର ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଅଳ୍ପ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିୟା ବ୍ୟାଙ୍କରୁ ଅନସିକୟୋର୍ଡ ରିଟେଲ ଲୋନ ଏବଂ କ୍ରେଡ଼ିଟ କାର୍ଡ଼ ପ୍ରଦାନ କରିବା ପୂର୍ବରୁ ପ୍ରଥମେ ଗ୍ରାହକଙ୍କ ବିଷୟରେ କଡ଼ା ଯାଞ୍ଚ କରାଯିବ । ଅନସିକୟୋର୍ଡ ଲୋନରେ ବ୍ୟାଙ୍କ ପାଖରେ କୌଣସି ବନ୍ଧକ ରହିବ ନାହିଁ । କାରଣ ଏହି ବ୍ୟାଙ୍କର ସୁଧ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକା ହୋଇଥାଏ ।

ସୂଚନା ଅନୁସାରେ, କୋଭିଡ଼ ମହାମାରୀ ପରେ କ୍ରେଡ଼ିଟ କାର୍ଡ ଏବଂ ପର୍ସନାଲ ଲୋନର ଚଳନ ବଢିବାରେ ଲାଗିଛି । ତଥ୍ୟ ଅନୁସାରେ ୨୦୨୨ରେ ପର୍ସନାଲ ଲୋନ ନେବା ଲୋକଙ୍କ ସଂଖ୍ୟା ୭.୮ କୋଟିରୁ ବଢି ୯.୯ କୋଟି ହୋଇଗଲାଣି । ଏହିପରି କ୍ରେଡ଼ିଟ କାର୍ଡରୁ ଲୋନ ନେବା ଲୋକଙ୍କ ସଂଖ୍ୟା ୨୮ ପ୍ରତିଶତରୁ ବଢି ୧.୭ ଲକ୍ଷ କୋଟି ହୋଇଗଲେଣି । ପୂର୍ବରୁ ଏହା ୧.୩ ଲକ୍ଷ କୋଟି ଥିଲା । ଚଳିତ ବର୍ଷ ୨୦୨୩ରେ ମଧ୍ୟ ଅନସିକୟୋର୍ଡ ଲୋନର ପ୍ରଭାବ ଶୀଘ୍ର ବଢିବାରେ ଲାଗିଛି । ଆରବିଆଇ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ଫେବୃୟାରୀ ୨୦୨୨ ଅନୁସାରେ ଫେବୃୟାରୀ ୨୦୨୩ରେ ପର୍ସନାଲ ଲୋନ ୩୩ ଲକ୍ଷ କୋଟିରୁ ବଢି ୪୦ ଲକ୍ଷ କୋଟି ହୋଇଯାଇଛି । ଏଥିରେ ୨୦.୪% ବଢିବାର ଦେଖିବାକୁ ମିଳିଛି । ଆରବିଆଇର ମହଙ୍ଗା ଏବଂ ବଢୁଥିବା ସୁଧର ଦର ଅନସିକୟୋର୍ଡ କ୍ରେଡିଟର ଆଭିବୃଦ୍ଧି ଚିନ୍ତାର ବିଷୟ ହୋଇଯାଇଛି ।

ଏହି କାରଣରୁ ରିଜର୍ଭ ବ୍ୟାଙ୍କର ସଂଭାବିତ ଡିଫଲ୍ଟର ଆଶଂଙ୍କା ଦେଖି ଅନସିକୟୋର୍ଡ ଲୋନ ପାଇଁ କଠୋର ହେବା ପାଇଁ କୁହାଯାଇଛି । ଏହା ବ୍ୟତିତ ବ୍ୟାଙ୍କ ତରଫରୁ କିଛି ବଦଳି କରାଯାଇଛି । ସୂତ୍ର ଅନୁସାରେ ଆରବିଆଇ ଅନସିକୟୋର୍ଡ ଲୋନ ବିପଦ ବେଟ ବଢାଇ ପାରେ ।

Get real time updates directly on you device, subscribe now.