fbpx

ପେଟ୍ରୋଲ ୭୬ କୁ ଡିଜେଲ ୭୨ ଟଙ୍କା

କରୋନା ସଙ୍କଟ ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ \ଡିଜେଲ ମୂଲ୍ୟ। ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ଲିଟର ପିଛା ୬୨ ପଇସା ଓ ଡିଜେଲ ଦର ୬୪ ପଇସା ବୃଦ୍ଧି ଘଟିଛି। ସେହିପରି ଭୁବନେଶ୍ବରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୩ ପଇସା ଲେଖାଏଁ ବଢ଼ିଛି।

ଏହି କ୍ରମରେ ଆଜି ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ମୂଲ୍ୟ ୭୬.୩୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୭୨. ୩୦ ଟଙ୍କାରେ ପହଞ୍ଚିଯାଇଛି।ତେବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବଢି ଯାଇଛି ।

ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି। ଏବେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପାଖାପାଖି ୪୦ ଡଲାର ରହିଛି। ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇ ୭୫ ଉପରେ ରହିଛି।

Get real time updates directly on you device, subscribe now.