fbpx

ବଜେଟ୍ ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ : କ୍ରୁଡରେ ହ୍ରାସ ଯୋଗୁୁଁ ଅନେକ ସମୟ ପରେ ମିଳିଲା ଖୁସିଖବର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛିି । ଦୀର୍ଘ ଦିନ ପରେ ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ହେତୁ ସାଧାରଣ ଜନତା ଆଶ୍ୱସ୍ତି ଲାଭ କରିଛନ୍ତି ।

ଏଠାରେ ଶସ୍ତା ହୋଇଗଲା ପେଟ୍ରୋଲ-ଡିଜେଲ :-
ଗୁରୁବାର ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୦.୬୦ ଡଲାର ଖସି ୮୪.୩୮ ଡଲାରକୁ ଆସିଛି । ଏଥି ସହିତ ଡବ୍ଲୁଟିଏଇ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୦.୭୬ ଡଲାର ଖସି ୭୮.୭୨ ଡଲାରରେ ପହଞ୍ଚିଛି । ମହାରାଷ୍ଟ୍ରରେ ପେଟ୍ରୋଲ ୫୭ ପଇସା ହ୍ରାସ ପାଇ ଲିଟର ପିଛା ୧୦୫.୯୬ ଟଙ୍କା ହୋଇଛି । ଡିଜେଲ ୫୪ ପଇସା ହ୍ରାସ ପାଇ ଲିଟର ପିଛା ୯୨.୪୯ ଟଙ୍କା ହୋଇଛି । ଏହା ବ୍ୟତୀତ ମଧ୍ୟପ୍ରଦେଶରେ ପେଟ୍ରୋଲ ହାର ୩୦ ପଇସା ହ୍ରାସ ପାଇଛି ଏବଂ ଏହା ଲିଟର ପିଛା ୧୦୯.୭୦ ଟଙ୍କା ହୋଇଛି । ସେହିଭଳି ଡିଜେଲ ୨୮ ପଇସା ହ୍ରାସ ସହିତ ଲିଟର ପିଛା ୯୪.୮୯ ଟଙ୍କାରେ ବିକ୍ରି ହେଉଛି ।

ରାଜଧାନୀ ଦିଲ୍ଲୀ ଏବଂ ୟୁପିରେ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ୟୁପିରେ ଡିଜେଲ ୨୫ ପଇସା ହ୍ରାସ ପାଇଛି । ପଶ୍ଚିମବଙ୍ଗରେ ପେଟ୍ରୋଲ ୪୪ ପଇସା ଏବଂ ଡିଜେଲ ୪୧ ପଇସା ହ୍ରାସ ପାଇଛି । ଦକ୍ଷିଣ ଭାରତର କେତେକ ରାଜ୍ୟରେ ପେଟ୍ରୋଲ-ଡିଜେଲ ସାମାନ୍ୟ ମହଙ୍ଗା ହୋଇଛି । ଚେନ୍ନାଇରେ ମଧ୍ୟ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି ।

– ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
– ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ୯୪.୨୭ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୭୩ ଟଙ୍କା ଏବଂ ଡିଜେଲ ୯୪.୩୪ ଟଙ୍କା ।
– କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ନୋଏଡାରେ ଲିଟର ପିଛା ୯୬.୬୪ ଟଙ୍କା ଏବଂ ଡିଜେଲ ୮୯.୮୨ ଟଙ୍କା ।
– ଲକ୍ଷନଉରେ ଲିଟର ପିଛା ପେଟ୍ରୋଲ ୯୬.୪୪ ଟଙ୍କା ଏବଂ ଡିଜେଲ ୮୯.୬୪ ଟଙ୍କା ।
– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।
– ପାଟନାରେ ଲିଟର ପିଛା ୧୦୮.୧୨ ଟଙ୍କା ଏବଂ ଡିଜେଲ ୯୪.୮୬ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲରେ ୯୦.୦୫ ଟଙ୍କା ।

Get real time updates directly on you device, subscribe now.