fbpx

କମୁନି ପେଟ୍ରୋଲ-ଡିଜେଲ ଦର: ଆଜି ପୁଣି ବଢ଼ିଲା ରେଟ୍, ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର କମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ରେଟରେ ଲିଟର ପିଛା ୮୦-୮୫ ପଇସା ଓ ଡିଜେଲ ୭୦ରୁ ୭୫ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ ଦର ବୁଧବାର ସକାଳ ୬ଟାରୁ ଲାଗୁ ହୋଇଛି ।

ନୂଆ ଦର ହିସାବରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ ଦର ୯୨.୨୭ ଟଙ୍କା ହୋଇଛି । ଗତ ୯ ଦିନରେ ଏହା ଅଷ୍ଟମ ଥର ପାଇଁ ବଢ଼ିଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୫.୮୮ ଟଙ୍କା ଓ ଡିଜେଲ ୧୦୦.୧୦ ଟଙ୍କା ହୋଇଛି ।

ସେହିପରି ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୬.୬୯ ଟଙ୍କା ଓ ଡିଜେଲ ୯୬.୭୬ ଟଙ୍କା ହୋଇଛି । କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୧୦.୫୨ ଟଙ୍କା ଓ ଡିଜେଲ ୯୫.୪୨ ଟଙ୍କା ହୋଇଛି । ୨୨ ତାରିଖରୁ ଲଗାତାର ଭାବେ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି । କେବଳ ୨୭ ତାରିଖ ଦିନ ୫୦ ପଇସା ଓ ୨୮ ମାର୍ଚ୍ଚରେ ୩୦ ପଇସା ବୃଦ୍ଧି ହୋଇଥିଲା, ବାକି ଦିନରେ ପେଟ୍ରୋଲ ଦର ୮୦ ପଇସା ମହଙ୍ଗା ହୋଇଥିଲା ।

Get real time updates directly on you device, subscribe now.