fbpx

ଚକୋଲେଟ ଦାମରୁ ବି କମ୍ ଟଙ୍କାରେ ମିଳୁଛି ପେଟ୍ରୋଲ, ଲିଟର ପିଛା ମାତ୍ର ୧.୪୯ ଟଙ୍କା

AAKASH

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅଧିକାଂଶ ସହରରେ ଲିଟର ପିଛା ପେଟ୍ରୋଲ ଦାମ୍ ୧୦୦ ଟପିଲାଣି । କିନ୍ତୁ ଭାରତର ପଡୋଶୀ ଦେଶରେ ଆଜିର ସମୟରେ ବି ପେଟ୍ରୋଲ ଦାମ୍ କମ୍ ରହିଛି । ଯେପରିକି ପାକିସ୍ତାନ, ନେପାଳ, ଭୂଟାନ ଓ ଶ୍ରୀଲଙ୍କାରେ ପେଟ୍ରୋଲ ରେଟ୍ କମ୍ ରହିଛି । ଭାରତର ପେଟ୍ରୋଲ ରେଟ୍ ଅଧିକାଂଶ ସ୍ଥାନରେ ଲିଟର ପିଛା ୧୦୩ରୁ ଅଧିକ ଥିବା ବେଳେ ପାକିସ୍ତାନରେ ୫୫.୬୧ ଟଙ୍କା, ଶ୍ରୀଲଙ୍କାରେ ୬୮.୬୨, ଭୂଟାନରେ ୭୭ ଟଙ୍କା, ନେପାଳରେ ୮୧.୫୧ ଟଙ୍କା ପ୍ରତି ଲିଟର ରହିଛି ।

ଏହା ବ୍ୟତୀତ ବିଶ୍ୱର କିଛି ଦେଶରେ ପେଟ୍ରୋଲ ରେଟ୍ ଏତେ କମ୍ ରହିଛି, ଯାହା କି ଚକୋଲେଟ୍ ଦାମଠାରୁ ବି କମ୍ । ସେହି ଦେଶର ପେଟ୍ରୋଲ ରେଟ୍ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ବେନେଜୁଏଲା, ଯେଉଁଠାରେ ପେଟ୍ରୋଲ ରେଟ୍ ୧.୪୯ ଟଙ୍କା ରହିଛି ।

ସେହିପରି ଇରାନରେ ୪.୪୬ ଟଙ୍କା, ଅଙ୍ଗୋଲାରେ ୧୭.୨୦ ଟଙ୍କା, ଅଲଜିରିୟାରେ ୨୫.୦୪, କୁବୈତରେ ୨୫.୦୪ ଟଙ୍କା, ନାଇଜିରିୟାରେ ୨୯.୯୩ ଟଙ୍କା, କଜାକିସ୍ତାନାରେ ୩୪.୨୦ ଟଙ୍କା, ଇଥିୟୋପିୟାରେ ୩୪.୭୦ ଟଙ୍କା ଓ ମଲେଶିୟାରେ ୩୬.୬୨ ଟଙ୍କା ଲିଟର ପିଛା ରହିଛି ।

Get real time updates directly on you device, subscribe now.