fbpx
BJD
BJD SKY
BJD SKY

ଦୁଷ୍କର୍ମରେ ବିଫଳ ହେବାରୁ ଝିଅର ପ୍ରାଇଭେଟ୍ ପାର୍ଟରେ ବାଡ଼ି ପୂରାଇଦେଲା ସାବତ ବାପା, ଘରୁ ରକ୍ତାକ୍ତ ଅବସ୍ଥାରେ ଠାବ

ରାଞ୍ଚି: ବାରମ୍ଭାର ଦୁଷ୍କର୍ମ କରିବାରେ ବିଫଳ ହେଉଥିଲା ସାବତ ବାପା । ତେଣୁ ରାଗରେ ଆସି ୬ ବର୍ଷର ଝିଅର ଗୁପ୍ତାଙ୍ଗରେ ଏକ କାଠ ବାଡ଼ି ପୂରାଇ ଦେଇଥିବା ଜଣାପଡ଼ିଛି । ଏହିଭଳି ଏକ ହୃଦୟଥରା ଘଟଣା ଘଟିଛି ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ । ଏଠାରେ ଜଣେ ସାବତ ବାପାର ଏହିଭଳି କାଣ୍ଡ ଶୁଣି ଯେକେହି ବି ମୁଣ୍ଡରେ ହାତ ଦେଉଛି । ୬ ବର୍ଷର ନୀରିହ ଶିଶୁର ଏପରି ଅବସ୍ଥା କରିବା ପରେ ତାର ଅବସ୍ଥା ବର୍ତ୍ତମାନ ସଙ୍କଟାପର୍ଣ୍ଣ ରହିଛି । ଏବେ ତାର ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ଝିଅଟିର ମାଆ ଆସି ଘରେ ପହଞ୍ଚିଥିଲେ । ଘରେ ନିଜ ଝିଅର ଲହୁଲୁହାଣ ଅବସ୍ଥା ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଆଉ ଝିଅକୁ ଏ ବିଷୟରେ ପଚାରିବାରୁ ସେ ସବୁ କଥା କହିଥିଲା । ଏହାପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖୁବ୍ ଗମ୍ଭୀର ଅବସ୍ଥାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି ।

ଏହିଭଳି ଏକ କାଣ୍ଡ କରିବା ପରେ ଅଭିଯୁକ୍ତ ସାବତ ବାପା ଫେରାର୍ ହୋଇଯାଇଥିଲା । କିନ୍ତୁ ପୋଲିସ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଫେରାର୍ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏହି ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ଲୋକ ମାନେ ଚକିତ ହୋଇଯାଇଛନ୍ତି ।

Get real time updates directly on you device, subscribe now.