fbpx

ତେଲରେ ଲାଗିଛି ନିଆଁ; ଭୁବନେଶ୍ୱରରେ ୯୯ ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦେଶର ଏକାଧିକ ମେଟ୍ରୋପଲିଟାନ ସହରରେ ତେଲ ଦର ସେଞ୍ଚୁରୀ ମାରି ସାରିଥିବା ବେଳେ ଭୁବନେଶ୍ୱର ଭଳି ଟିଅର-୨ ସହର ମଧ୍ୟ ପଛରେ ନାହାନ୍ତି । ରବିବାର ଭୁବନେଶ୍ୱରରେ ତେଲ ଦର ୯୯ ଟଙ୍କା ଅତିକ୍ରମ କରିଥିବା ବେଳେ ଆଉ ଦୁଇ ଦିନ ମଧ୍ୟରେ ଏହା ୧୦୦ ଟଙ୍କା ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଲ ଦର ବୃଦ୍ଧିକୁ ନେଇ ଦେଶରେ ଜନ ଅସନ୍ତୋଷ ଶିଖରରେ ପହଞ୍ଚିଥିଲେ ହେଁ ଦରବୃଦ୍ଧି ହ୍ରାସ ହେବାର କୌଣସି ସମ୍ଭାବନା ନଜର ଆସୁନାହିଁ । କିଛି ଦିନ ପୂର୍ବରୁ ମାଲକାନଗିରିରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ କୋରାପୁଟରେ ମଧ୍ୟ ତେଲ ଦର ୧୦୦ ଉପରେ ରହିଛି ।

ରବିବାର ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୩୫ ଓ ୨୬ ପଇସା ବଢିଥିଲା । ବର୍ଦ୍ଧିତ ମୂଲ୍ୟ ସହିତ ପେଟ୍ରୋଲ ୯୯.୨୪ ଓ ଡିଜେଲ୍ ୯୬.୮୮ରେ ପହଞ୍ଚିଛି । ମାଲକାନଗିରି ଓ କୋରାପୁଟରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୦୦ ଉପରେ ରହିଥିବା ଜଣାପଡିଛି । ସେହିପରି ବାଲେଶ୍ୱର ଓ ସମ୍ବଲପୁର ପରି ସ୍ଥାନରେ ମଧ୍ୟ ପେଟ୍ରୋଲ ୯୯ ଅତିକ୍ରାନ୍ତ କରି ସାରିଥିବା ବେଳେ ଖୁବ୍ଶୀଘ୍ର ଏହି ସବୁ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ସେଞ୍ଚୁରୀ ଅତିକ୍ରମ କରିବାର ସମ୍ଭାବନା ଦେଖାଦେଇଛି ।

Get real time updates directly on you device, subscribe now.