fbpx

ସଟଡାଉନରେ ଖୋଲାରହିବ ପେଟ୍ରୋଲ ପମ୍ପ, କିନ୍ତୁ ବିବାହ ପାଇଁ ନେବାକୁ ପଡିବ ଅନୁମତି

Advertisement

ଭୁବନେଶ୍ୱର,୫ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନାକୁ ଏଡାଇବା ପାଇଁ ସପ୍ତାହରେ ଦୁଇ ଦିନ ବା ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । କିନ୍ତୁ ଆସନ୍ତାକାଲି ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲାରହିବ । ୧୧ଟି ଜିଲ୍ଲାରେ ସଟଡାନଉ ସତ୍ୱେ ପେଟ୍ରୋଲ ପମ୍ପ ଖୋଲା ରଖିବାକୁ ମିଳିଛି ଗ୍ରୀନ୍ ସିଗନାଲ । ଏନେଇ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସଟଡାଉନ ସମୟରେ ବିବାହ ପାଇଁ ଅନୁମତି ନେବା ଜରୁରୀ ବୋଲି କୁହାଯାଇଛି । ଜିଲ୍ଲା ପ୍ରଶାସନଠାରୁ ଅନୁମତି ନନେଲେ ବାହାଘର ହୋଇପାରିବ ନାହିଁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଏହା ସହ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.